ଭୁବନେଶ୍ୱର: ଆଜି ବିଧାନସଭାର ବଜେଟ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି। ପ୍ରଶ୍ନକାଳ ଆରମ୍ଭ ହେବା ସହିତ ବିରୋଧୀ ଦଳର ସଦସ୍ୟମାନେ ମେଡିକାଲରେ ରୋଗୀଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ।
ବିରୋଧୀ ସଦସ୍ୟମାନେ ନାରାବାଜି କରି ସରକାରଙ୍କ ବିରୋଧରେ ତୀବ୍ର ପ୍ରତିବାଦ ଜଣାଇଥିଲେ। ମେଡିକାଲରେ ରୋଗୀଙ୍କ ସୁରକ୍ଷା ନେଇ ହେଉଥିବା ସମସ୍ୟାକୁ ନେଇ ସରକାର ତତ୍କାଳ ପଦକ୍ଷେପ ନେବାକୁ ସେମାନେ ଦାବି କରିଥିଲେ। ଏଥିସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ସଦସ୍ୟ।
ହଟ୍ଟଗୋଳ କାରଣରୁ ପ୍ରଶ୍ନକାଳ ସଠିକ୍ ଭାବେ ଚାଲିପାରିଲା ନାହିଁ। ପରିସ୍ଥିତି ଅନୁକୂଳ ନ ହେବାରୁ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।