ଭୁବନେଶ୍ୱର: ଖରାର ତାପରେ ଜଳୁଥିବା ଓଡ଼ିଶାକୁ ମିଳିଛି ମିଳିବ ଆଶ୍ଵସ୍ତି। ଆସନ୍ତାକାଲି ଠାରୁ ଆଗାମୀ ୫ଦିନ ଯାଏଁ ରାଜ୍ୟରେ ହଠାତ୍ ପାଗରେ ବଡ଼ ପରିବର୍ତ୍ତନର ସମ୍ଭାବନା ରହିଛି। ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଓ କୁଆପଥର ମାଡ଼ ହେବ। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରଭାବ ଅଧିକ ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।
୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେସବୁ ଅଞ୍ଚଳରେ ଘଣ୍ଟାପ୍ରତି ୩୦-୪୦ କିମି ବେଗରେ ପବନ ବହିପାରେ। ତେବେ ୨୦ ତାରିଖରୁ ଝଡ଼ବର୍ଷାର ପ୍ରଭାବ ଅଧିକ ରହିବ। ୨୦ ଓ ୨୧ ତାରିଖ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ବିଜୁଳି ଘଡ଼ିଘଡ଼ି ସହ ପ୍ରବଳ ବର୍ଷା ପବନ ନେଇ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। କୁଆପଥର ମାଡ଼ ବି ହେବା ସମ୍ଭାବନା ରହିଛି।