ପୁରୀ ; ବାଲୁକାକଳାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷର ଶୁଭେଚ୍ଛା। ପୁରୀ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରାଷ୍ଟ୍ରୀୟ ନବବର୍ଷ ଉପଲକ୍ଷେ ସ୍ୱାଗତ ଜଣାଇବା ସହ ଏକ ସୁନ୍ଦର ବାଲୁକାକୃତି ନିର୍ମାଣ କରିଛନ୍ତି। ବାଲୁକା ଚିତ୍ରକଳାରେ କଳସ ଓ ଦୀପରେ ବାଲୁକା କଳାକୃତି ପ୍ରସ୍ତୁତ ହୋଇଛି। ବାଲୁକା ଚିତ୍ରକଳାରେ ସ୍ୱାଗତଂ ରାଷ୍ଟ୍ରୀୟ ନବବର୍ଷ ଲେଖିବା ସହ ବିଭିନ୍ନ ରଙ୍ଗ ବେରଙ୍ଗର ଗେଣ୍ଡୁ ଫୁଲରେ ଅତି ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇଛି। ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଏହି ସୁନ୍ଦର ବାଲୁକାକଳାକୁ ଦେଖିଵା ଲାଗି ଶତାଧିକ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।
ହିନ୍ଦୁ ନୂତନ ବର୍ଷ ପଞ୍ଚଙ୍ଗ ଅନୁଯାୟୀ, ଚୈତ୍ର ମାସର ଶୁକ୍ଲା ପ୍ରତିପଦାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ କରାଯାଏ। ଚଳିତ ବର୍ଷ ହିନ୍ଦୁ ନବ ବର୍ଷ ୧୯ ମାର୍ଚ୍ଚ ଅର୍ଥାତ ଆଜି ପାଳନ ହେଉଛି। ତେବେ ଏହି ଦିବସକୁ ହଜାର ହଜାର ବର୍ଷ ଧରି ଭାରତର ହିନ୍ଦୁ ସମ୍ପ୍ରଦାୟ ଦ୍ୱାରା ପାଳନ କରାଯାଉଛି। ଆଜି ସମସ୍ତେ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଉଛି। ଏଥିପାଇଁ ଆଜିର ଏହି ଦିବସରେ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିର ବାଲୁକାକଳାରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।