କଟକ ; ଆଜିଠୁ ମାଟ୍ରିକ ଖାତା ଦେଖା ଆରମ୍ଭ। ରାଜ୍ୟର ୩୦ ଟି ଜିଲ୍ଲାର ୫୧ଟି କେନ୍ଦ୍ରରେ ମାଟ୍ରିକ୍ ଖାତା ହେବ ମୂଲ୍ୟାୟନ। ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ଜିଲ୍ଲା ଶିକ୍ଷାଧିକାରୀ ମାନେ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି। ମୂଲ୍ୟାୟନ ପାଇଁ ବିଭିନ୍ନ ବିଷୟର ପ୍ରାୟ ୧୫ ହଜାର ବରିଷ୍ଠ ସଵଜେକ୍ଟ ଏକ୍ସପର୍ଟଙ୍କୁ ନିୟୋଜିତ କରିଛି ବୋର୍ଡ। ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ।
ତେବେ ଚଳିତ ବର୍ଷ ରାଜ୍ୟର ୫ ଲକ୍ଷ ୬୧ ହଜାର ୯୭୯ ଜଣ ଛାତ୍ରଛାତ୍ରୀ ରାଜ୍ୟର ୩୦୮୨ ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ଫେବୃଆରୀ ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖରେ ମାଟ୍ରିକ ପରୀକ୍ଷା ଶେଷ ହୋଇଥିଲା। ମେ ମାସ ଦ୍ୱିତୀୟ ସପ୍ତାହ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ କରିବାକୁ ଲକ୍ଷ୍ୟ ରଖିଛି ବୋର୍ଡ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କ ଏକ୍ସପର୍ଟ ଅନୁସାରେ ନିଜ ଅଞ୍ଚଳରେ ଖାତା ଦେଖିବା ପାଇଁ ବ୍ୟବସ୍ଥା କରାଯାଇଛି। ତେଣୁ ଖାତା ଦେଖାରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ସଠିକ ଭାବେ ଖାତା ମୂଲ୍ୟାୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋର୍ଡ।
ତେବେ ଖାତା ଦେଖା ବେଳେ ଯଦି କୌଣସି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର କିଛି ଜରୁରୀ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦିଏ ତେବେ ସେମାନେ ମେଡ଼ିକାଲ ସାର୍ଟିଫିକେଟ ସହିତ ବୋର୍ଡକୁ ଆବେଦନ କଲେ ଖାତା ଦେଖାରୁ ବିରତ ନେଇପାରିବେ। ଏହାସହିତ ଯେଉଁମାନେ ଚିଠି ପାଇ ଖାତା ଦେଖାରେ ଯୋଗ ଦେବେ ନାହିଁ, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋର୍ଡ।
ବାଲୁକାକଳାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷର ଶୁଭେଚ୍ଛା