ସୋର : ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଖସିଲା ଆଳୁ ବୋଝେଇ ଟ୍ରକ। ଫଳରେ ଘଟଣାସ୍ଥଳରେ ଟ୍ରକଟି ସମ୍ପୂର୍ଣ ଭାଙ୍ଗି ଯାଇଥିବା ବେଳେ ଆଳୁ ବୋଝେଇ ଟ୍ରକର ଡ୍ରାଇଭର ଓ ହେଲଫରଙ୍କର ମୃତ୍ୟୁ ହୋଇଛି। ତେବେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୋର ଥାନା ତଳନଗର ଓଭର ବ୍ରିଜ ନିକଟରେ ଘଟିଛି। ଖବରପାଇ ଘଟଣାସ୍ଥଳରେ ଏନଏଚ ପାଟ୍ରୋଲିଙ୍ଗ ଭ୍ୟାନ ଓ ସୋର ପୋଲିସ ପହଂଚି ଉଭୟ ମୃତକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ପଠାଇଛି।
ସୂଚନା ଅନୁସାରେ, ଆଜି ଭୋର ସମୟରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଆଳୁ ବୋଝେଇ ଟ୍ରକ ତଳନଗର ନିକଟରେ ଭାରସାମ୍ୟ ହରାଇ ଅନ୍ୟ ଏକ ଗାଡିକୁ ଧକ୍କା ଦେଇଥିଲା। ଫଳରେ ଗାଡିଟି ରାସ୍ତାର ଡିଭାଇଡ଼ର ସହ ପିଟି ହୋଇ ପ୍ରାୟ ୨୦ ଫୁଟ ଓଭରବ୍ରିଜ ତଳକୁ ଖସିପଡିଥିଲା। ଏପରିକି ଗାଡିର ଚାଳକ ଓ ହେଲପର ଆଳୁବସ୍ତା ସହ ପୋଲ ତଳକୁ ଖସି ଟ୍ରକରେ ଚାପି ହୋଇ ଯାଇଥିଲେ। ଯାହାଫଳରେ ଘଟଣାସ୍ଥଳରେ ପିକଅପ ଭ୍ୟାନର ଡ୍ରାଇଭର ଏବଂ ହେଲ୍ପରଙ୍କ ମୃତ୍ୟୁ ଘଟିଥିଲା। ତେବେ ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ। ତେଣୁ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛି।
ଅଧିକ ପଢନ୍ତୁ ; ଆଜିଠୁ ମାଟ୍ରିକ ଖାତା ଦେଖା ଆରମ୍ଭ