ଭୁବନେଶ୍ୱର: ଦିଲ୍ଲୀପ ରାୟ ଛିଡ଼ା ହେବା ପାଇଁ ନିଷ୍ପତ୍ତି କରିବା ପରେ ପ୍ରଥମେ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇଥିଲେ । ଆଉ ନବୀନ ପଟ୍ଟନାୟକ ସ୍ୱାଧୀନ ପ୍ରାର୍ଥୀ ହେବାକୁ ଦିଲ୍ଲୀପଙ୍କୁ ପରାମର୍ଶ ଦେଇଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ନବୀନ ନିଜ ନିଷ୍ପତ୍ତିରୁ ଓହରି ଗଲେ । ଗୁରୁବାର ଏଭଳି ବଡ଼ ଖୁଲାସା କରିଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ।
ନୀତି ନୈତିକତା କହୁଥିବା ଥିବା ବିଜେଡ଼ି ବିଗତ ଦିନରେ ନିଜ ନିଷ୍ପତ୍ତିରୁ ଓହରିଯାଇଛନ୍ତି । ୨୦୦୯ ପରେ ବିଜେଡ଼ି ୟୁପିଏକୁ ସମର୍ଥନ କଲା । ବିଭିନ୍ନ ବିଲରେ ୟୁପିଏକୁ ସମର୍ଥନ କଲା । କିନ୍ତୁ ୨୦୧୨ ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ଆସିଲା ସେତେବେଳେ ନବୀନ ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କୁ ଭୋଟ୍ ଦେବା ଦୂରର କଥା ପିଏସ୍ ସାଙ୍ଗମା ପ୍ରସ୍ତାବ ଦେଇଥିଲେ ।
ଜଗନ୍ନାଥ ନାଁରେ ରାଜନୀତି ନ କରନ୍ତୁ
ସେହିପରି ପତ୍ନୀ ତଥା ବିଧାୟିକା ସୁବାସିନୀ ଜେନା ମହାପ୍ରଭୁଙ୍କ ନିର୍ମାଲ୍ୟ ଛୁଇଁବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏଭଳି ଅଭିଯୋଗ ଆଣିଥିବା ସ୍ନେହାଙ୍ଗିନୀ ଛୁରିଆଙ୍କୁ ୮୮ ହଜାର ଭୋଟରେ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ଆମ ବିରୋଧରେ ଯିଏ ଯେତେ କହିବ ସିଏ ସେତେ ନବୀନଙ୍କ ନିକଟତର ହେବ । ସିଏ ନିଜେ ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଉଥିଲେ । ତେଣୁ ତାଙ୍କ କଥା ନ ଶୁଣିବାକୁ ସେ କହିଛନ୍ତି । ଯଦି ବିଜେଡ଼ିର ଜନ୍ମ କୁଣ୍ଡଳୀ ବାହାର କରାଯିବ ଦିଲ୍ଲୀପ ରାୟଙ୍କ ନାଁ ଆସିବ । ବିଜେଡ଼ି ସମର୍ଥନ କରିଥିଲେ ଆଜି ଏ ଦିନ ଆସିନଥାଆନ୍ତା । ଜଗନ୍ନାଥ ଏକା ନବୀନଙ୍କର ନୁହଁନ୍ତି । ଜଗନ୍ନାଥଙ୍କ ନାଁରେ ରାଜନୀତି ନ କରିବାକୁ ରବୀନ୍ଦ୍ର କହିଛନ୍ତି ।
ନବୀନ ନିଜ ନିଷ୍ପତ୍ତିରୁ ଓହରି ଗଲେ
ସେହିପରି ଦିଲ୍ଲୀପଙ୍କ ପ୍ରାର୍ଥିତ୍ୱକୁ ନେଇ ମଧ୍ୟ ସବୁ ଖୋଲି କରି କହିଛନ୍ତି । ୬ ମାସ ପୂର୍ବରୁ ନବୀନ ପଟ୍ଟନାୟକ ଦିଲ୍ଲୀପଙ୍କୁ ନବୀନ ଡାକିଥିଲେ । ଦିଲ୍ଲୀପ ନିଜେ ରବୀନ୍ଦ୍ରଙ୍କୁ କହିଛନ୍ତି । ଯେତେବେଳେ ସେ ରାଜ୍ୟସଭା ପ୍ରାର୍ଥୀ ହେବାକୁ ମନସ୍ଥ କଲେ ପ୍ରଥମେ ନବୀନଙ୍କ ନିକଟକୁ ଯାଇଥିଲେ । ନବୀନ ସହମତି ଦେବାରୁ ସ୍ୱାଧୀନ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି କରିଥିଲେ । ପରବର୍ତ୍ତୀ ସମୟରେ ସେ ଦିଲ୍ଲୀ ଗଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ନବୀନ ନିଜ ନିଷ୍ପତ୍ତିରୁ ଓହରି ଗଲେ ବୋଲି ରବୀନ୍ଦ୍ର କହିଛନ୍ତି ।