ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାରେ ମୁଖ୍ୟ ମୁଦ୍ଦା ପାଲଟିଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସ ତାଙ୍କ ଉପରେ କଠୋର ଅଭିମୁଖ ଗ୍ରହଣ କରି ନିଲମ୍ବନ ହଟିବା ନାହିଁ ବୋଲି କହିଛନ୍ତି।
ବ୍ୟକ୍ତି ନୁହେଁ ଦଳ ବଡ଼:
ବିଧାୟକ ରମେଶ ଜେନାଙ୍କ ନିଲମ୍ବନ ହଟିବ ନାହିଁ ପ୍ରସଙ୍ଗରେ ଭକ୍ତ କହିଛନ୍ତି, "ରମେଶଙ୍କ ବିଧାୟକ ପଦ ରଦ୍ଦ ପାଇଁ ଚାର୍ଜସିଟ୍ ପ୍ରସ୍ତୁତ ହେଉଛି। ବିନା ରମେଶ ଜେନାରେ ଗଞ୍ଜାମ, ବିନା ଭକ୍ତ ଦାସରେ କଂଗ୍ରେସ ଚାଲିପାରିବ"। ବ୍ୟକ୍ତି ବଡ଼ ନୁହେଁ ଦଳ ବଡ଼ କହିଛନ୍ତି ଭକ୍ତ ଦାସ।
ଭକ୍ତ ଦାସ ଆହୁରି ମଧ୍ୟ କହିଛନ୍ତି, AICC ରମେଶଙ୍କୁ ନିଲମ୍ବନ କରିଛି, ତେଣୁ ଏହା ବିରୋଧରେ ଯିବା ଉଚିତ ନୁହେଁ। ବିଜେଡିକୁ ବିରୋଧ କରି ବିଜେପିକୁ ଭୋଟ୍, ଏହା କି ପ୍ରକାର ରାଜନୀତି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ।
ରମେଶ କ୍ରସ ଭୋଟିଙ୍ଗ କରିବା ବେଳେ ତାଙ୍କ ସମର୍ଥକ ତାଙ୍କୁ ବୁଝେଇବା ଆବଶ୍ୟକ ଥିଲା। ଏବେ ନିଲମ୍ବନ ହଟାଇବା କଥା ସମ୍ଭବ ନୁହେଁ। ରମେଶ ଜେନା ବିଜେଡିକୁବିରୋଧ କରୁଛନ୍ତି। କିନ୍ତୁ ବିଜେପିକୁ ଭୋଟ ଦେଉଛନ୍ତି ଏହା କି ପ୍ରକାର ରାଜନୀତି। ରାଜ୍ୟରେ ଆମେ କିଛି କରିନାହୁଁ, AICC ରମେଶ ଜେନାଙ୍କୁ ନିଲମ୍ବନ କରିଛନ୍ତି। ତେଣୁ ରମେଶ ସିଧାସଳଖ AICC କୁ ବିରୋଧ କରୁଛନ୍ତି। AICC ବିରୋଧରେ ଯିବା ଉଚିତ ନୁହେଁ। ଗଞ୍ଜାମ କେତେ ଜିଲ୍ଲାପରିଷଦ ସଭ୍ୟ ରହିଛନ୍ତି, ଗଞ୍ଜାମରେ ଆମ ସଂଗଠନ ନାହିଁ । ଜିଲ୍ଲା ସଭାପତି ଭାବରେ ସଂଗଠନକୁ ମଜଭୁତ କରିବା ରମେଶଙ୍କ ଦାୟିତ୍ୱ ଥିଲା।