ଭୁବନେଶ୍ୱର: ଏସ୍ଆଇଆର୍ କାର୍ଯ୍ୟରେ ନିୟୋଜିତ ହୋଇଥିବା ସହକାରୀ ଶିକ୍ଷୟିତ୍ରୀ ନିଲମ୍ବିତ । ଦାୟିତ୍ୱରେ ଅବହେଳା ପାଇଁ ଚନ୍ଦ୍ରଶେଖରପୁର ଫେଜ୍-୨ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ ରଶ୍ମୀ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ଚଞ୍ଚଳ ରାଣା ।
ଏସ୍ଆଇଆର୍ ସମୟରେ ରଶ୍ମୀ ସାହୁଙ୍କୁ ବୁଥ୍ ସ୍ତରୀୟ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା । କିନ୍ତୁ କାର୍ଯ୍ୟରେ ଅବହେଳା କରିଥିବା ଅଭିଯୋଗ ଆସିବା ପରେ ଯାଞ୍ଚ କରି ଜିଲ୍ଲା ନିର୍ବାଚନ ଅଧିକାରୀ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଜନ ପ୍ରତିନିଧିତ୍ୱ ଆଇନ ୧୯୫୦ ଧାରା ୩୨ (୧) ଆଧାରରେ ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ।