ନୂଆଦିଲ୍ଲୀ: ଭାରତ ବିଶ୍ୱର ସବୁଠାରୁ ଯୁବ ଦେଶ। ୧୫ରୁ ୨୯ ବର୍ଷ ବୟସର ପ୍ରାୟ ୩୬୭ ମିଲିୟନ୍ ଯୁବକମାନେ ଦେଶର ଭବିଷ୍ୟତ ଏବଂ ଅର୍ଥନୀତିର ମେରୁଦଣ୍ଡ। କିନ୍ତୁ ଏକ ଚିନ୍ତାଜନକ ତଥ୍ୟ ଆସିଛି, ଏଥିରେ ଶିକ୍ଷାର ସ୍ତର ବଢ଼ିଲେ ମଧ୍ୟ, ଗ୍ରାଜୁଏଟ୍ ବେକାରୀ ଆକାଶଛୁଆଁ ହୋଇଛି।
କଣ କହୁଛି ତଥ୍ୟ
- ୧୫–୨୫ ବର୍ଷ ବୟସର ପ୍ରାୟ ୪୦% ଗ୍ରାଜୁଏଟ୍ ବେକାର।
- ଗତ ୪ ଦଶକରେ ଶିକ୍ଷା ବୃଦ୍ଧି ପାଇଛି, ଗରିବ ପରିବାରର ପିଲାମାନେ କଲେଜ ଯାଉଛନ୍ତି।
- କିନ୍ତୁ ସ୍ଥାୟୀ ଚାକିରି ନ ମିଳିବାରୁ ସଂଘର୍ଷ।
- ୮୩ ମିଲିୟନ୍ ନୂଆ ନିଯୁକ୍ତି ଗତ ୨ ବର୍ଷରେ ସୃଷ୍ଟି ହୋଇଛି, ଅଧିକାଂଶ କୃଷି କ୍ଷେତ୍ରରେ ଏବଂ ଅତି କମ୍ ଆୟରେ।
ବେକାରୀର କାରଣ
- ଭାରତର ଅର୍ଥନୈତିକ ମଡେଲ୍ ସେବା-କ୍ଷେତ୍ର ଓ IT ଉପରେ ନିର୍ଭରଶୀଳ।
- ମାନୁଫାକ୍ଚରିଂ/ନିର୍ମାଣ ଉପରେ ପ୍ରଚୁର ଚାକିରି ନାହିଁ।
- AI ଏବଂ automation ବୃଦ୍ଧିରେ ଏଣ୍ଟ୍ରି-ଲେଭଲ୍ ଚାକିରି ସଙ୍କଟ ଦେଖାଯାଉଛି।
ଯୁବ ସଂଖ୍ୟା ଓ ଭବିଷ୍ୟତ
- ୨୦୧୭ ପରେ ଉଚ୍ଚଶିକ୍ଷାରେ ଯୁବକମାନଙ୍କ ସଂଖ୍ୟା ହ୍ରାସ।
- ଅନେକ ପରିବାର ପ୍ରତିପୋଷଣ ପାଇଁ ଯୁବକମାନେ ପଢ଼ା ଛାଡ଼ି କମ୍ ମଜୁରୀ କାମ କରୁଛନ୍ତି।
- ୨୦୩୦ ପରେ ଭାରତର କାର୍ଯ୍ୟକ୍ଷମ ଯୁବ ସଂଖ୍ୟା କମିବାର ଆଶଙ୍କା।
ଅନ୍ୟ ଏକ ଚିନ୍ତାଜନକ ବିଷୟ ହେଉଛି, ୨୦୧୭ ପରଠାରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଯୁବକମାନଙ୍କ ସଂଖ୍ୟା ହ୍ରାସ ପାଇଛି। ପରିବାର ପ୍ରତିପୋଷଣ ପାଇଁ ଅନେକ ଯୁବକ ପାଠପଢ଼ା ଛାଡ଼ି କମ୍ ମଜୁରୀରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ଏଥିସହିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, AI ର ଆଗମନ ହେତୁ ଏଣ୍ଟ୍ରି ଲେଭଲ୍ ଚାକିରି ଉପରେ ମଧ୍ୟ ବିପଦ ଦେଖାଦେଇଛି। ସମୟ ଆମ ହାତରୁ ଖସିଯାଉଛି। ୨୦୩୦ ପରେ ଭାରତର କାର୍ଯ୍ୟକ୍ଷମ ଜନସଂଖ୍ୟା କମିବାକୁ ଲାଗିବ।
ବିଶେଷଜ୍ଞଙ୍କ ଅନୁସାରେ, ଯଦି ଭାରତର ବିଶାଳ ଯୁବ ଶକ୍ତିକୁ ସମୟରେ କାମରେ ଲାଗାଯିବ ନାହିଁ, ତେବେ ଏହାର “ଡେମୋଗ୍ରାଫିକ୍ ଡିଭିଡେଣ୍ଡ” ବେକାରୀ ଏକ ବଡ଼ ସଙ୍କଟରେ ପରିଣତ ହୋଇପାରେ। ସରକାର ଏବଂ ଶିଳ୍ପ ଜଗତର ସମନ୍ୱୟ ଏବେ ଅତ୍ୟନ୍ତ ଆବଶ୍ୟକ।