ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବସ୍ତା ବିଧାୟିକା ସୁବାଷିନୀ ଜେନା କାହିଁକି କ୍ରସ୍ ଭୋଟିଂ କଲେ ତାହାର ଆଜି ସିଏ ସ୍ପଷ୍ଟୀକରଣ ଦେଇଛନ୍ତି । ବିଜେଡ଼ି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ସିଏ ଭୋଟ ଦେଇଥିବା କହିଛନ୍ତି ସୁବାସିନୀ ।
ଦଳୀୟ ହ୍ୱିପ୍ ବିରୋଧରେ ଯାଇ ସ୍ୱାଧୀନ ପ୍ରାର୍ଥୀକୁ ଭୋଟ ଦେଇଥିବା ବିଧାୟିକା ସୁବାସିନୀ ଜେନାଙ୍କ ବାସଭବନ ସମ୍ମୁଖରେ ଆଜି ବିଜେଡ଼ି କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଯାହା ଫଳରେ ସୁବାସିନୀ ବିଧାନସଭା ଯାଇପାରିନଥିଲେ । ଦ୍ୱିତୀୟାର୍ଦ୍ଧରେ ବିଧାନସଭା ଯାଇ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହା ପରେ ସୁବାସିନୀ ସ୍ପଷ୍ଟୀକରଣ ଦେଇଛନ୍ତି ।
ସୁବାସିନୀ କହିଛନ୍ତି, ଦଳର ସୁପ୍ରିମଙ୍କ ନିର୍ଦ୍ଦେଶରେ ସେ ଭୋଟ୍ ଦେଇଛନ୍ତି । ପ୍ରଥମ ଭୋଟ୍ ସେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ ଦେଇଛନ୍ତି । ଏହା ପରେ ଦ୍ୱିତୀୟ ପସନ୍ଦ ଭୋଟ୍ ବିବେକାନୁମୋଦିତ ସ୍ୱାଧୀନ ପ୍ରାର୍ଥୀଙ୍କୁ ଦେଇଥିଲେ । କାରଣ ବସ୍ତାରେ ସେ କଂଗ୍ରେସ ପ୍ରାର୍ଥୀଙ୍କ ବିରୁଦ୍ଧରେ ସିଧାସଳଖ ଲଢ଼େଇ କରିଥିଲେ । ତେଣୁ ତାଙ୍କ ନିର୍ବାଚନ ମଣ୍ଡଳୀର ଜନସାଧାରଣମାନେ କେବେବି କଂଗ୍ରେସ ସମର୍ଥିତ ପ୍ରାର୍ଥୀକୁ ଭୋଟ୍ ଦେବାକୁ ସହମତି ଦେବେ ନାହିଁ ।