ଢେଙ୍କାନାଳ: ଯୁକ୍ତ ଦୁଇ ପଢ଼ୁଥିବା ଜଣେ ଛାତ୍ରୀଙ୍କ ମୃତଦେହ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର ହୋଇଛି।ଗତକାଲି ସେ କଲେଜକୁ ଯାଇଥିଲେ ପରୀକ୍ଷା ଦେବାକୁ ସାଧାରଣ ଦିନ ଭଳି ଲାଗୁଥିଲା ସବୁକିଛି। କିନ୍ତୁ କେହି ଭାବିନଥିଲେ, ସେହି ଦିନଟା ତାଙ୍କ ଜୀବନର ଶେଷ ଦିନ ହେବ।ଯୁକ୍ତ-୨ ଛାତ୍ରୀ ଜଣକ ପରୀକ୍ଷା ସାରି ଆଉ ଘରକୁ ଫେରିନଥିଲେ। ସନ୍ଧ୍ୟା ଯାଇ ରାତି ହେଲା ପରିବାର ଲୋକ ଚିନ୍ତାରେ ପଡ଼ି ଚାରିଦିଗରେ ଖୋଜାଖୋଜି ଆରମ୍ଭ କଲେ। କିନ୍ତୁ ସକାଳେ ସେମାଙ୍କୁ ଆସିଲା ଏକ ଭୟଙ୍କର ଖବର। କାମାକ୍ଷାନଗର ନିକଟସ୍ଥ ଜଙ୍ଗଲରେ ତାଙ୍କ ମୃତଦେହ ମିଳିଛି।
ରାତିରେ ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଆଜି ସକାଳୁ ନାବାଳିକାଙ୍କ ମୃତଦେହ ଜଙ୍ଗଲ ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପାରିପାର୍ଶ୍ଵିକ ପରିସ୍ଥିତି ଦେଖି ସନ୍ଦେହ କରାଯାଉଛି ଯେ ଏହା କେବଳ ଏକ ମୃତ୍ୟୁ ନୁହେଁ, ବରଂ ଦୁଷ୍କର୍ମ ପରେ ହତ୍ୟା ହୋଇଥାଇପାରେ। ଘଟଣାସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି। ସତ୍ୟ କଣ, କିଏ ଏହା ପଛରେ ସେଥିପାଇଁ ପୋଲିସ ଚେଷ୍ଟା ଚଳାଇଛି।