ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି) ଆଗାମୀ ୨୦୨୬ ବିଧାନସଭା ନିର୍ବାଚନ ପାଇଁ ନିଜର ପ୍ରସ୍ତୁତି ଜୋରଦାର କରିଛି । ଏହି କ୍ରମରେ ଶନିବାର ଦଳ କେରଳ ଓ ପୁଡୁଚେରୀ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି । ପୁଡୁଚେରୀ ପାଇଁ ବିଜେପି ୯ ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । କେରଳ ପାଇଁ ଦଳ ତୃତୀୟ ପ୍ରାର୍ଥୀ ତାଲିକା ଜାରି କରିଛି । ପୁଡୁଚେରୀ ବିଧାନସଭାରେ ମୋଟ୍ ବିଧାୟକ ସଂଖ୍ୟା ହେଉଛି ୩୦ । ଅନ୍ୟପଟେ କେରଳ ବିଧାନସଭାରେ ମୋଟ୍ ସିଟ୍ ହେଉଛି ୧୪୦ । ଏଠାରେ ମ୍ୟାଜିକ ନମ୍ବର ହେଉଛି ୭୧ ।
କେରଳର ରାଜନୀତିରେ ମୁକାବିଲା କ୍ଷମତାସୀନ ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ(ଏଲଡିଏଫ) ଏବଂ ବିରୋଧୀ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ(ୟୁଡିଏଫ) ମଧ୍ୟରେ ହେଉଛି । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟଙ୍କ ନେତୃତ୍ୱରେ ଏଲଡିଏଫ କ୍ରମାଗତ ତୃତୀୟ ଥର କ୍ଷମତାକୁ ଆସିବା ପାଇଁ ଅଣ୍ଟା ଭିିଡିଛି । ଅନ୍ୟପଟେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ସରକାର ଗଢିବାକୁ ଲକ୍ଷ୍ୟ ରଖିଛି । ଏହା ବ୍ୟତୀତ ବିଜେପି ନେତୃତ୍ୱାଧୀନ ଏନଡିଏ ରାଜ୍ୟରେ ନିଜର ସ୍ଥିତି ମଜବୁତ କରିବା ପାଇଁ ଉଦ୍ୟମ ଚଳାଇଛି ।
ପୁଡୁଚେରୀ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ବିଜେପି ଶନିବାର ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ଏଥିରେ ୯ ପ୍ରାର୍ଥୀଙ୍କ ନାଁ ସାମିଲ । କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ୱାରା ଚୂଡାନ୍ତ ମୋହର ବାଜିବା ପରେ ପ୍ରାର୍ଥୀ ଘୋଷଣା କରିଛି । ଏହି ବୈଠକର ଅଧ୍ୟକ୍ଷତା ନିତିନ ନବୀନ କରିଥିଲେ । ଏଥିରେ ପିଏମ ନରେନ୍ଦ୍ର ମୋଦୀ, ରାଜନାଥ ସିଂ ଓ ଅମିତ ଶାହଙ୍କ ସହିତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
Also read: ନବୀନଙ୍କୁ ପ୍ରଭାତ ବିଶ୍ୱାଳଙ୍କ ତେରଚ୍ଛା ବାଣ, କହିଲେ- ମୁଁ ଯାହା କହିଥିଲି ସତ କହିଥିଲି