ଭାରତ ବନାମ ଓ୍ଵେଷ୍ଟଇଣ୍ଡିଜ: ତୃତୀୟ ଟି-୨୦ ମୁକାବିଲା ପାଇଁ ତିନି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ
Khabar Odisha:india-will-rest-kuldeep-yadav-jasprit-bumrah-and-umesh-yadav-for-third-t20i
ନୂଆଦିଲ୍ଲୀ,ନଭେମ୍ବର୦୯(ଖବର ଓଡ଼ିଶା):

ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ନଭେମ୍ବର ୧୧ରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଏହି ସିରିଜକୁ ୨-୦ରେ ଜିତି ସାରିଥିବା ଭାରତ ଏବେ ଦଳରେ କିଛି ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେଇ ନୂତନ ଖେଳାଳିଙ୍କୁ ସୁଯୋଗ ଦେଇଛି। ଦଳ ଦୁଇ ଦ୍ରୁତ ବୋଲର ଯଶପ୍ରୀତ ବୁମରା, ଉମେଶ ଯାଦବ ଓ ସ୍ପିନର କୁଲଦୀପ ଯାଦବଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି।  ଏହି ମ୍ୟାଚ୍ ପାଇଁ ଦଳରେ ପଞ୍ଜାବର ଦ୍ରୁତ ବୋଲର  ସିଦ୍ଧାର୍ଥ କୌଲଙ୍କୁ ସାମିଲ କରାଯାଇଛି। ଚୟନକର୍ତ୍ତା କିଛି ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଛି।

ବିସିସିଆଇ ଶୁକ୍ରବାର ତୃତୀୟ ମ୍ୟାଚ୍ ପାଇଁ ଦଳ ଘୋଷଣା କରି କହିଛି ସିରିଜରେ ଦମଦାର ପ୍ରଦର୍ଶନ କରିଥିବା ତିନି ବୋଲରଙ୍କୁ ଶେଷ ମ୍ୟାଚ୍ ପାଇଁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଛି। ଅଷ୍ଟ୍ରେଲିଆ ଗସ୍ତକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ସିଦ୍ଧାର୍ଥ କୌଲ ଏହା ପୂର୍ବରୁ ଆୟରଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଭାରତୀୟ ଟି-୨୦ ଦଳର ସଦସ୍ୟ ଥିଲେ। ଏଠାରେ ତାଙ୍କୁ ଦୁଇଟି ମୁକାବିଲା ଖେଳିବାକୁ ସୁଯୋଗ ମିଳିଥିଲା। ସିଦ୍ଧାର୍ଥ ଏ ପର୍ଯ୍ୟନ୍ତ ୨ଟି ଟି-୨୦ ମ୍ୟାଚ୍ ଖେଳି  ୩ ଓ୍ଵିକେଟ୍ ନେଇଛନ୍ତି। 

ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ କୋଲକାତାରେ ଖେଳାଯାଇଥିଲା। ଏହି ମ୍ୟାଚକୁ ଭାରତ ୫ ଓ୍ଵିକେଟରେ ଜିତି ଥିଲା। ଏହା ପରେ ଲକ୍ଷ୍ନୌରେ ଖେଳାଯାଇଥିବା ଦ୍ଵିତୀୟ ମ୍ୟାଚରେ ଭାରତ ରୋହିତଙ୍କ ଶତକୀୟ ପାଳି ବଳରେ ଇଣ୍ଡିଜକୁ ୭୧ ରନରେ ହରାଇ ଶୃଙ୍ଖଳା ଜିତିଥିଲା। 

ତୃତୀୟ ମୁକାବିଲା ପାଇଁ ଭାରତୀୟ ଦଳ-

ରୋହିତ ଶର୍ମା(ଅଧିନାୟକ), ଶିଖର ଧାଓ୍ଵନ, ଲୋକେଶ ରାହୁଲ, ଦିନେଶ କାର୍ତ୍ତିକ(ଓ୍ଵିକେଟ୍ କିପର), ମନୀଷ ପାଣ୍ଡେ, ଶ୍ରେୟସ ଆୟର, ଋଷଭ ପନ୍ତ, କୃଣାଲ ପାଣ୍ଡ୍ୟା, ଓ୍ଵାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ଵର କୁମାର, ଖଲିଲ ଅହମ୍ମଦ, ଶାହବାଜ ନଦିମ, ସିଦ୍ଧାର୍ଥ କୌଲ। 

Subscribe

National International State Sports Entertainment