ଭାରତ ବନାମ ୱେଷ୍ଟଇଣ୍ଡିଜ ଟି-୨୦: ୧୧ ରନ ଯୋଡ଼ିଲେ ରୋହିତ କରିବେ ନୂଆଁ ରେକର୍ଡ
Khabar Odisha:Rohit-Sharma-needs-11-runs-to-create-new-record

ନୂଆଦିଲ୍ଲୀ, ନଭେମ୍ବର ୦୬ (ଖବର ଓଡ଼ିଶା): ଅସ୍ଥାୟୀ ଅଧିନାୟକ ରୋହିତ ଶର୍ମାଙ୍କୁ ଏକ ନୂଆଁ ରେକର୍ଡ ସ୍ଥାପନା କରିବା ପାଇଁ ୧୧ ରନ ଆବଶ୍ୟକ ଅଛି । ରୋହିତ ୮୫ଟି ଟି-୨୦ ମ୍ୟାଚରେ ୨୦୯୨ ରନ ସଂଗ୍ରହ କରିଛନ୍ତି । ବିରାଟ କୋହଲିଙ୍କ ନାମରେ ଟି-୨୦ରେ ୨୧୦୨ ରନ ଅଛି । ଶିଖର ଧାୱନ ଆଉ ୨୦ ରନ ଯୋଡ଼ିଲେ, ଇଣ୍ଟରନ୍ୟାସନାଲ ମ୍ୟାଚରେ ୧୦୦୦ ରନ ପୂରଣ କରିବେ । ଧାୱନ ୪୧ ଟି-୨୦ ମ୍ୟାଚରେ ୯୮୦ ରନ ସଂଗ୍ରହ କରିଛନ୍ତି ।

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ଟି-୨୦ ମ୍ୟାଚ ଶୃଙ୍ଖଳାର ୨ୟ ମୁକାବିଲା ମଙ୍ଗଳବାର ଲଖନଉରେ ଖେଳାଯିବ । ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଜିତି ଟିମ ଇଣ୍ଡିଆ ଶୃଙ୍ଖଳାକୁ ନିଜ ନାମରେ କରିବାକୁ ଲକ୍ଷ୍ୟ ରଖିବ । ଭାରତ କୋଲକାତାରେ ପ୍ରଥମ ଟି-୨୦ ଜିତିଥିଲା ।

ବର୍ଷ ୨୦୧୬ରେ ବିଶ୍ୱକପ ଟି-୨୦ ପରେ ଭାରତ ୩୨ଟି ଟି-୨୦ ମ୍ୟାଚ ଖେଳିଛି, ଯେଉଁଥିରୁ ୨୨ଟିରେ ଜିତିଥିବା ବେଳେ ୯ଟିରେ ପରାସ୍ତ ହୋଇଛି । ଏକ ମ୍ୟାଚର ଫଳାଫଳ ବାହାରି ନଥିଲା । ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ ୨୫ଟି ଟି-୨୦ ଖେଳିଥିବା ବେଳେ ମାତ୍ର ୯ଟି ଜିତିଛି ଓ ୧୪ଟି ହାରିଛି । ୨୨ତମ ଭାରତୀୟ ପଡ଼ିଆ ହେବ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ (ଇକାନା) ଷ୍ଟାଡିୟମ ଯେଉଁଠାରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । ଲଖନଉର ଏହା ହେବ ୩ୟ ଷ୍ଟାଡିୟମ ଯେଉଁଠାରେ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ । 

 

  • Tags:

Subscribe

National International State Sports Entertainment