ଆମେରିକାରେ ସରସ୍ୱତୀ ପୂଜା ପାଳନ କଲେ ପ୍ରଥମ ହିନ୍ଦୁ ସାଂସଦ, କହିଲେ ହିନ୍ଦୁ ଭାବେ ଗର୍ବ କରେ
Khabar Odisha:saraswati-puja-america-odisha-first-hindu-american-senator-tulsi-gabbar-says-proud-of-her-hindu-roots-participated-in-saraswati-puja
ନୂଆଦିଲ୍ଲୀ, ଫେବୃଆରୀ ୧୧(ଖବର ଓଡିଶା):

ଆମେରିକା ଚିକାଗୋରେ କାଲିବାଡୀ ଦ୍ୱାରା ଆୟୋଜିତ ସରସ୍ୱତୀ ପୂଜାରେ ସାମିଲ ହୋଇଥିବା ଡେମୋକ୍ରେଟ ସାଂସଦ ତୁଲସୀ ଗବାର୍ଡ ସଂସଦରେ ପ୍ରଥମ ହିନ୍ଦୁ ସାଂସଦ ହୋଇଥିବାରୁ ଗର୍ବ ଅନୁଭବ ହେଉଥିବା କହିଛନ୍ତି । ଏହାସହ ସେ ସାଂସଦ ଭାବେ ଭଗବତ ଗୀତାରେ ହାତ ରଖି ଶପଥ ନେଇଥିବା ପ୍ରକାଶ କରିଛନ୍ତି । ୨୦୨୦ରେ ରାଷ୍ଟ୍ରପତି ନିର୍ବାଚନରେ ନିଜକୁ ଦାବିଦାର ଭାବେ ଗଢିଥିବା ତୁଳସୀ ନିଜ ସଂକ୍ଷିପ୍ତ ଭାଷଣରେ ହିନ୍ଦୁ ସମୁଦାୟ ଦ୍ୱାରା ହେଉଥିବା ପରମ୍ପରାକୁ ସ୍ୱାଗତ କରିଛନ୍ତି । 

କିଛିଦିନ ପୂର୍ବେ ତୁଳସୀଙ୍କୁ ଆମେରିକାର କିଛି ଗଣମାଧ୍ୟମ ହିନ୍ଦୁ କହି ସମାଲୋଚନା କରିଥିଲେ । ତାଙ୍କୁ ଏପରି ଭାବେ ଚିତ୍ରଣ କରାଯାଇଥିଲା ଯେଭଳି ହିନ୍ଦୁ ହେବା ଅପରାଧ ଅଟେ । ଏହାକୁ ନେଇ ତୁଳସୀ କୌଣସୀ ବ୍ୟକ୍ତିଙ୍କୁ ତାଙ୍କର ପରିଚୟ ନେଇ ସମାଲୋଚନା କରିବା ଭୁଲ ବୋଲି କହିଥିଲେ । ଏପରି କି ସେ ମୋଦୀଙ୍କୁ ସାକ୍ଷାତ କରିବା ସମୟରେ ମଧ୍ୟ ବିବାଦ ଉପୁଜିଥିଲା । 

ତୁଳସୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ରାଷ୍ଟ୍ରପତି ଓବାମା, ମନ୍ତ୍ରୀ ହିଲାରି କ୍ଲିଂଟନ, ଡୋନାଲ୍ଡ ଟ୍ରମ୍ପ ଏବଂ କଂଗ୍ରେସର ଅନେକ ନେତାଙ୍କୁ ଭେଟିଛନ୍ତି । କିନ୍ତୁ ଏହାକୁ ନେଇ କେହି କିଛି ଟିପ୍ପଣୀ ଦେଉନାହାନ୍ତି । ଏହା ଦୋମୁହାଁ ମାପଦଣ୍ଡକୁ ଦର୍ଶାଉଛି । 

ସୂଚନାଯୋଗ୍ୟ କି, ୩୭ ବର୍ଷିୟ ତୁଳସୀ ୨୦୨୦ରେ ରାଷ୍ଟ୍ରପତି ନିର୍ବାଚନ ଲଢିବା ନେଇ ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ନେଇଥିବା ଆମେରିକା ଇତିହାସରେ ସେ ହେଉଛନ୍ତି ପ୍ରଥମ ହିନ୍ଦୁ ମହିଳା ।

  • Tags:

Subscribe

National International State Sports Entertainment