ଖୁସି ଖବର: ପେଟ୍ରୋଲ ଭର୍ତି କଲେ ମିଳୁଛି ୪୦ ଟଙ୍କାର ଛାଡ
Khabar Odisha:petrol-price-hike-but-you-can-get-rs-40-cashback-on-petrol-pump-through-phonpe-payment
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୪ (ଖବର ଓଡିଶା):

ବର୍ତମାନ ପେଟ୍ରୋଲ ଦର ଆକାଶଛୁଆଁ ରହିଛି । ସାରା ଦେଶରେ ତୈଳ ଦର ବୃଦ୍ଧିକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଏପରି କି ପ୍ରତିବାଦରେ ଧାରଣା ଏବଂ ଭାରତ ବନ୍ଦ ମଧ୍ୟ ହୋଇ ସାରିଛି । କିନ୍ତୁ ଦର କମ୍ ହେବାର ନାଁ ଧରୁନାହିଁ । 

ଆଜି ସକାଳେ ପୁଣିଥରେ ପେଟ୍ରୋଲ ଦାମରେ ବୃଦ୍ଧି ଘଟିଛି । ଦିଲ୍ଲୀରେ ପେଟ୍ରୋଲ ଦର ୨୮ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ୨୨ ପଇସା ବୃଦ୍ଧି ଘଟିଛି । ଏହା ମଧ୍ୟରେ ଏପରି ଏକ ଖବର ଆସିଛି କି ଆପଣ ୧୦୦ ଟଙ୍କାର ପେଟ୍ରୋଲ ଭର୍ତି କରି ୪୦ ଟଙ୍କା ଡିସକାଉଂଟ୍ ପାଇ ପାରିବେ । ଆସନ୍ତୁ ଜାଣିବା ଏହି ୪୦ ଟଙ୍କାର ଅଫର୍ ବିଷୟରେ । 

୧୦୦ ବା ଅଧିକ ଟଙ୍କାର ପେଟ୍ରୋଲରେ ମିଳିବ କ୍ୟାସବ୍ୟାକ୍

ଏହି ଅଫର ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ମିଳୁଛି । କେତେକ ରିପୋର୍ଟରେ ଏହି ଅଫର ସମସ୍ତ ପେଟ୍ରୋଲ ପମ୍ପରେ ମିଳୁଛି ବୋଲି ଦାବି କରାଯାଇଛି । ଯେଉଁମାନେ ଫୋନ୍ ପେ ବ୍ୟବହାର କରୁଛନ୍ତି ସେମାନେ ଏହି ଅଫରର ଲାଭ ଉଠାଇ ପାରିବେ ।ଏହି ଅଫର ପାଇଁ ଆପଣଙ୍କୁ ପେଟ୍ରୋଲ ଭର୍ତି କରି ସାରିବା ପରେ ଫୋନ ପେ ଆପରେ ପେମେଂଟ୍ କରିବା ପାଇଁ ପଡିବ । ଏହା ପରେ ଆପଣଙ୍କୁ ୧୦୦ ଟଙ୍କା ବା ଏହାଠାରୁ ଅଧିକ ଟଙ୍କାର ପେଟ୍ରୋଲ ଉପରେ ୧୦ ଥର ପାଇଁ କ୍ୟାସବ୍ୟାକ୍ ସୁବିଧା ମିଳିବ । ଏହି ଅଫରର ସମୟସୀମା ରହିଛି ସେପ୍ଟେମ୍ବର ୩୦ ।

  • Tags:

Subscribe

National International State Sports Entertainment