ଥାଇଲାଣ୍ଡ ଗୁମ୍ଫାରେ ୧୮ ଦିନ: ଏମିତି ଥିଲା ୧୩ ଜଣିଆ ଫୁଟବଲ ଟିମ୍‌ର ସଂଘର୍ଷ
Khabar Odisha:thailand-rescue-operation-end-meet-survivorschiang-rai-governors-press-brief

ନୂଆଦିଲ୍ଲୀ, ଜୁଲାଇ ୧୨(ଖବର ଓଡ଼ିଶା): ଥାଇଲାଣ୍ଡର ଥାମ ଲୁଆଙ୍ଗ ଗୁମ୍ଫାରେ ଜୁନ ୨୩ରେ ଫସିଥିବା ୧୨ ଜଣ ଫୁଟବଲ ଖେଳାଳି ଓ ସେମାନଙ୍କ କୋଚଙ୍କୁ ଉଦ୍ଧାର କରାଯାଇଛି। ଦୀର୍ଘ ୧୮ ଦିନ ଗୁମ୍ଫାରେ ରହିବା ପରେ ଖେଳାଳି ଓ କୋଚଙ୍କୁ ଉଦ୍ଧାର କରିବା ସହଜ ନଥିଲା। କାରଣ ବର୍ଷା ଯୋଗୁଁ ଗୁମ୍ଫା ଭିତରେ ଜଳ ପୂର୍ଣ୍ଣ ଥିଲା। ସମସ୍ତଙ୍କୁ ସୁରକ୍ଷିତ ଭାବରେ ବାହାର କରାଯିବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଏହାରି ଭିତରେ ଖେଳାଳି ଓ କୋଚ କେମିତି ଜୀବନ ସହିତ ସଂଘର୍ଷ କରୁଥିଲେ ଆସନ୍ତୁ ଜାଣିବା...

ଜୁନ ୨୩ ସକାଳୁ ଅଭ୍ୟାସ ସାରି ‘ଓ୍ଵାଇଲଡ ବୋର୍ସ’ଙ୍କ ୧୨ ସଦସ୍ୟ ଟିମ ନିଜର ସାଇକେଲରେ କୋଚଙ୍କ ସହିତ ଫେରୁଥିଲେ। ସେହି ସମୟରେ ପ୍ରବଳ ବର୍ଷା ହୋଇଥିଲା। କୋଚ ଏକାପୋଲ ଚାନଥ୍ଵାଙ୍ଗ ପିଲାମାନଙ୍କୁ ଥାମ ଲୁଆଙ୍ଗ ନାଙ୍ଗ ନୋନ ଗୁମ୍ଫାକୁ ନେଇ ଯାଇଥିଲେ। କୌଣସି ପିଲା ଘରକୁ ଫେରି ନଥିଲେ ଓ ପରିବାର ଲୋକଙ୍କୁ ସୂଚନା ମିଳି ନଥିଲା ଯେ, ପିଲାମାନେ କେଉଁଠି ଅଛନ୍ତି। ପିଲାମାନଙ୍କର ସାଇକେଲ ଗୁଡ଼ିକ ଗୁମ୍ଫା ବାହା ପଡ଼ିଥିବାର ଦେଖାଯାଇଥିଲା। ସେହି ଦିନ ମଧ୍ୟ ରାତ୍ରିରୁ ପିଲାଙ୍କୁ ଖୋଜା ଚାଲିଥିଲା। 

ଏହି ଅସମ୍ଭବ ଅଭିଯାନରେ ଥାଇଲାଣ୍ଡର ଜଳସେନା, ବିଶ୍ୱର ୮ଟି ଦେଶର ଜଣାଶୁଣା ଉଦ୍ଧାରକାରୀ ଟିମ ଓ ସ୍ଥାନୀୟ ସୁରକ୍ଷା ବାହିନୀ ଯୋଗ ଦେଇଥିଲେ। ଉଦ୍ଧାରକାରୀ ଟିମ ଜୁନ ୨୫ରେ ସୁନିଶ୍ଚିତ ହୋଇଥିଲେ ଯେ, ଗୁମ୍ଫା ଭିତରେ ପିଲାମାନେ ଅଛନ୍ତି। ଜୁନ ୨୬ରେ ଜଳସେନା ଟିମ ଗୁମ୍ଫା ଭିତରକୁ ପ୍ରବେଶ କରିଥିଲା। ଶେଷରେ ଜୁଲାଇ ୮ରେ ଉଦ୍ଧାରକାରୀ ଟିମ ୪ଜଣ ପିଲାଙ୍କୁ ଉଦ୍ଧାର କରିଥିଲେ ଓ ଶେଷ ୨ ଦିନରେ ସମସ୍ତ ପିଲା ଓ କୋଚଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। 

ଶିଶୁଙ୍କୁ କୌଣସି ପ୍ରକାରରେ ସଂକ୍ରାମକ ଠାରୁ ବଞ୍ଚାଇବା ପାଇଁ ଅଭିଭାବକଙ୍କୁ ସେମାନଙ୍କ ସହିତ ଭେଟ କରିବାକୁ ସୁଯୋଗ ଦିଆଯାଇ ନଥିଲା। ଉଦ୍ଧାର କାର୍ୟ୍ୟ ସଫଳତାପୂର୍ବକ ସଂପନ୍ନ ହେବା ପରେ ଚିୟାଙ୍ଗ ରାଇ ଗଭର୍ଣ୍ଣର ସୂଚନା ଦେଇଛନ୍ତି। 

  • Tags:

Subscribe

National International State Sports Entertainment