ଲାଇଟହାଉସର ରକ୍ଷଣା-ବେକ୍ଷଣ ପାଇଁ ୯୧ ଲକ୍ଷ ୬୨ ହଜାରରୁ ଅଧିକ ଦରମା
Khabar Odisha:US-Island-offers-130000-dollar-salary-to-look-after-lighthouse

ସାନ ଫ୍ରାନସିସ୍କୋ, ଜାନୁଆରୀ ୧୦ (ଖବର ଓଡ଼ିଶା): ଆମେରିକୀୟ ରାଜ୍ୟ ସାନ ଫ୍ରାନସିସ୍କୋର ଗୋଟିଏ ଦୀପ ୧,୩୦,୦୦୦ ଡଲାର (୯୧ ଲକ୍ଷ ୬୨ ହଜାର ଟଙ୍କା) ଦରମା ଦେବ । ଏହି ଦରମା ପୁଣି ୨ ଜଣଙ୍କ ମଧ୍ୟରେ ଭାଗବଣ୍ଟା ହେବ । ଏହି ଦରମା ଦୀପରେ ଥିବା ଐତିହାସିକ ଲାଇଟହାଉସର ରକ୍ଷଣାବେକ୍ଷଣ ପାଇଁ ଦିଆଯିବ । 

ସିଏନଏନ ରିପୋର୍ଟରେ ମଙ୍ଗଳବାର କୁହାଯାଇଛି ଯେ, ଇଷ୍ଟ ବ୍ରଦର ଲାଇଟ ଷ୍ଟେସନ ସାନ ପାବଲୋ କୂଳରେ ଥିବା ଏହି ଲାଇଟହାଉସ ସାନଫ୍ରାନସିସ୍କୋର କୂଳର ଏକ ପ୍ରମୁଖ ଅଂଶ ବିଶେଷ । ଏହି ଲାଇଟହାଉସକୁ ୧୮୭୪ରେ ନିର୍ମାଣ କରାଯାଇଥିଲା । ସାନ ଫ୍ରାନସିସ୍କୋର ଆଖ ପାଖ ଅଂଚଳରେ ନାବିକ ଓ ଶତ୍ରୁଙ୍କ ଉପରେ ଏଠାରୁ ନଜର ରଖିବା ଏହି ଲାଇଟହାଉସ ନିର୍ମାଣର ମୂଳ ଲକ୍ଷ୍ୟ ଥିଲା । ଏହି ଲାଇଟହାସକୁ ୧୯୬୦ ପରେ ସ୍ୱୟଂଚାଳିତ କରି ଦିଆଯାଇଥିଲା, ଯାହାକି ଏପର୍ଯ୍ୟନ୍ତ ସେମିତି ପରିଚାଳିତ ହେଉଛି । ଏହାର ମାଲିକାନା ଦାୟିତ୍ୱ ଆମେରିକୀୟ ତଟରକ୍ଷୀ ବାହିନୀ ହାତରେ ନ୍ୟସ୍ତ । ଏହାକୁ ଘରୋଇ ସଂସ୍ଥା ଇଷ୍ଟ ବ୍ରଦର ଲାଇଟହାଉସ ରକ୍ଷଣାବେକ୍ଷଣ କରିଥାଏ ।

ଏହି ଲାଇଟହାଉସରେ ୧୯୭୯ ପର ଠାରୁ ବେଡ ଓ ବ୍ରେକଫାଷ୍ଟ ସହିତ ପର୍ଯ୍ୟଟକଙ୍କୁ ରହିବା ବ୍ୟବସ୍ଥା କରାଯାଉଛି । ଏଥିରୁ ମିଳୁଥିବା ଆୟର ଅଧିକାଂଶ ଟଙ୍କା ଲାଇଟହାଉସର ରକ୍ଷଣାବେକ୍ଷଣରେ ଖର୍ଚ୍ଚ ହେଉଛି । କାଲିଫୋର୍ଣ୍ଣିଆରର ରିଚମଣ୍ଡ ସହିତ ସ୍ଥାନୀୟ ମେୟର ଟମ ବଟ୍ଟ ଗଣମାଧ୍ୟମକୁ କହିଛନ୍ତି, ମୁଁ ଏଥିରେ ୪୦ ବର୍ଷ କାମ କରିଛି । ଏହାର ରକ୍ଷଣାବେକ୍ଷଣ ପାଇଁ ରାଜସ୍ୱ ପ୍ରାପ୍ତି ପାଇଁ ରାସ୍ତା ବାହାର କରାଯାଇଥିଲା । 

 

  • Tags:

Subscribe

National International State Sports Entertainment