ଆଫଗାନିସ୍ତାନ: ୨୪ ଘଣ୍ଟା ମଧ୍ୟରେ ୫୭ ବିଦ୍ରୋହୀଙ୍କୁ ଗୁଳି ମାରି ହତ୍ୟା
Khabar Odisha:Afghanistan-57-insurgents-killed-in-24-hours

କାବୁଲ, ଅକ୍ଟୋବର ୦୭ (ଖବର ଓଡ଼ିଶା): ଆଫଗାନିସ୍ତାନ ନ୍ୟାସନାଲ ସିକ୍ୟୁରିଟି ଫୋର୍ସ ଦ୍ୱାରା ବିଗତ ୨୪ ଘଣ୍ଟା ମଧ୍ୟରେ ୫୭ ଜଣ ବିଦ୍ରୋହୀଙ୍କୁ ଗୁଳି ମାରି ହତ୍ୟା କରାଯାଇଛି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଶନିବାର ଏହା କୁହାଯାଇଛି । ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ଦେଶର ୧୫ଟି ରାଜ୍ୟରେ ବିଦ୍ରୋହୀଙ୍କୁ ଗୁଳି ମରାଯାଇଛି । ଏହି ଘଟଣାରେ ୮ ଜଣ ଗୁରୁତର ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, କୁନାର, ହେଲମାନ୍ଦ, ବାଘଲାନ, କନ୍ଦାହାର, ନନଘର, ହେରାଥ, ଗାଜନୀ, ବଡ଼ଖସାନ, ଉରୁଜଗାନ, ନିମରୋଜ, ପକଟିଆ, ଫେରିୟାବ, ଖୋସ୍ତ, ସେର-ଇ-ପଲ ଓ ଲଗରରେ ବିଦ୍ରୋହୀଙ୍କ ଉପରକୁ ଗୁଳି କରାଯାଇଥିଲା । 

 

  • Tags:

Subscribe

National International State Sports Entertainment