ମେଲବର୍ଣ୍ଣ ଦୂତବାସ ଓ ରାଜନୈତିକ ମିଶନରୁ ସନ୍ଦିଗ୍ଧ ପ୍ୟାକେଟ ଠାବ
Khabar Odisha:10-suspicious-packages-found-at-diplomatic-missions-including-indian-consulate-in-melbourne
ଅଷ୍ଟ୍ରେଲିଆ ,ଜାନୁଆରୀ ୦୯(ଖବର ଓଡ଼ିଶା):

 ଅଷ୍ଟ୍ରେଲିଆର ମେଲବର୍ଣ୍ଣ ଠାରେ ଥିବା ଭାରତୀୟ ବାଣିଜ୍ୟ ଦୂତବାସ ସହ ଅନ୍ୟ କେତେକ ରାଜନୈତିକ ସ୍ଥାନରୁ କେତେକ ସନ୍ଦିଗ୍ଧ ପ୍ୟାକେଟ ଠାବ କରିଛି ପୋଲିସ ।

ମେଲବର୍ଣ୍ଣରେ ଥିବା 10 ଟି ଅନ୍ତଃରାଷ୍ଟ୍ରୀୟ ବାଣିଜ୍ୟ ଦୂତାବାସରୁ ଏହିପରି ପ୍ୟାକେଟ ଜବତ କରାଯାଇଛି ।  ସେଣ୍ଟ କିଲ୍ଡା ରୋଡରେ ଥିବା ଭାରତୀୟ ଓ ଆମେରିକା ଦୂତାବସ ବାହାରେ ଅଗ୍ନିଶମର କର୍ମଚାରୀ, ଭିକ୍ଟୋରିଆର ଆମ୍ବୁଲାନ୍ସ ରହି ଚିକିତ୍ସାର ପାଇଁ ଅବଶ୍ୟକ ଥିବା ସମସ୍ତ ସାମଗ୍ରୀ ଉପଲବ୍ଧ ରଖିଛନ୍ତି । ଅଷ୍ଟ୍ରେଲିଆ ପୋଲିସ ଏହି ଘଟଣା ସମ୍ପର୍କେରେ ଟ୍ୱିଇଟ କରିଛନ୍ତି । “ଦୂତବାସରେ ମିଳିଥିବା ପ୍ୟାକେଟ ଉପରେ ପୋଲିସ ଓ ଆପାତକାଳୀନ ସେବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପରିସ୍ଥିତି ଗୁଡ଼ିକୁ ମଧ୍ୟ ଯାଂଚ କରିଛନ୍ତି ।”ମେଲବର୍ଣ୍ଣ ପାଖରେ ସ୍ଥିତ ବ୍ରେଟେନର , ଜର୍ମାନୀ , ଇଟାଲ ,କୋରିଆ , ସ୍ୱିଜ , ଇଣ୍ଡୋନେସିଆ ର ବାଣିଜ୍ୟ ଦୂତାବାସରୁ ମଧ୍ୟ ଏହି ପରି ପକେଟ ଜବତ କରାଯାଇଛି । ଏହାର ଦୁଇଦିନ ପୂର୍ବରୁ ସିଡ଼ନୀସ୍ଥିତ ଆର୍ଜେଟିନା ର ବାଣିଜ୍ୟ ଦୂତାବାସରେ ମଧ୍ୟ ସନ୍ଦିଗ୍ଧ ଜବତ ହୋଇଛି ।

Subscribe

National International State Sports Entertainment