ଖୋଲିଲା ଗଲି ବୟର ରାଜ, ଫିଲ୍ମରେ ଏହା ହୋଇପାରେ ରଣବୀର ସିଂହଙ୍କ ପ୍ରକୃତ କାହାଣୀ
Khabar Odisha:gully-boy-ranveer-singh-movie-teaser-review-and-story-clue
ମୁମ୍ବାଇ, ଜାନୁଆରୀ ୦୪(ଖବର ଓଡିଶା):

 ରଣବୀର ସିଂହ ଓ ଆଲିଆ ଭଟ୍ଟଙ୍କ ବହୁ ଚର୍ଚ୍ଚିତ ‘ଗଲି ବୟ’ ଚଳଚ୍ଚିତ୍ରର ଟିଜର ରିଲିଜ ହେବାପରେ ଏହାର ଭିଡିଓ ଭାଇରାଲ ହୋଇଛି । ଚଳଚ୍ଚିତ୍ରରେ ରଣବୀର  ରାପର ଭୂମିକାରେ ନଜର ଆସିବେ । ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଛନ୍ତି ଜୋୟା ଅଖତର। ଏହି ଚଳଚ୍ଚିତ୍ରରେ କଲକି କୋଚଲିନ୍ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ରଣବୀର ସିଂହଙ୍କ ଜବରଦସ୍ତ ଲୁକ ଟିଜରରେ ଦେଖାଯାଇଛି ।   

ଯେ କୌଣସି ଭୁମିକାରେ ରଣବୀର ସିଂହ ବହୁତ ଭଲ ଅଭିନୟ କରିପାରନ୍ତି । ଗଲି ବୟ ଚଳଚ୍ଚିତ୍ରରେ ମଧ୍ୟ ସେ ଜଣେ ଯୁବକ ଭୂମିକାରେ ବହୁତ ପ୍ରଭାବିତ କରୁଛନ୍ତି । ରାପର ଭୂମିକାରେ ସମ୍ପୂର୍ଣ୍ଣ ମଜିଯାଇଥିବା ନଜର ଆସିଛନ୍ତି ରଣବୀର ସିଂହ । ଏହି ଚଳଚ୍ଚିତ୍ର ପାଇଁ ରଣବୀର ବହୁତ ପରିଶ୍ରମ କରିଛନ୍ତି । ରାପର୍ସଙ୍କ ସହିତ ତାଙ୍କର କିଛି ଭିଡିଓ ମଧ୍ୟ ନିକଟରେ ଭାଇରାଲ ହୋଇଥିଲା । ଏହି ଟିଜରରେ ରଣବୀର ସିଂହ ସ୍ପିଟଫାୟାର ରାପରଙ୍କ ଲିରିକ୍ସକୁ କଣ୍ଠଦାନ ଦେଇଛନ୍ତି । ଚଳଚ୍ଚିତ୍ରର ଟ୍ରେଲର ଜାନୁଆରୀ ୯ରେ ଓ ଚଳଚ୍ଚିତ୍ରଟି ଫେବୃଆରୀ ୧୪ରେ ରିଲିଜ୍ ହେବ।  

Subscribe

National International State Sports Entertainment