୧୨୦ ଫୁଟ୍ ଉଚ୍ଚରୁ ଜଳପ୍ରପାତକୁ ଡେଇଁ ଯୁବକ ମୃତ । ଦୁଇଜଣ ଯୁବକ ହଠାତ୍ ୧୨୦ଫୁଟ୍ ଉଚ୍ଚରୁ ଜଳପ୍ରପାତକୁ ଡେଇଁ ପଡିଛନ୍ତି । ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ଜୀବନ ଚାଲିଯାଇଥିଲାବେଳେ ଅନ୍ୟଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଛି । ଗାଧୋଇବାକୁ ଯାଇ ଜଳପ୍ରପାତକୁ ଡେଇଁ ପଡିଛନ୍ତି ଯୁବକ । ଏଭଳି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ ।
ସୂଚନା ଅନୁଯାୟୀ,ମହାରାଷ୍ଟ୍ର ପାଲଘର ଅଞ୍ଚଳରେ ଥିବା ଦାଭୋସା ହ୍ରଦକୁ ୩ ଜଣ ଯୁବକ ପିକନିକ କରିବାକୁ ଯାଇଥିଲେ । ଗାଧୋଇବାବେଳେ ଦୁଇ ଜଣ ଯୁବକ ପାହାଡର ଶିଖରକୁ ଚଢି ହଠାତ ଜଳପ୍ରପାତକୁ ଡେଇଁପଡିଥିଲେ। ଅନ୍ୟପଟେ ରହି ଆଉଜଣେ ଯୁବକ ଭିଡିଓ କରୁଥିଲେ । ଏତେ ଉଚ୍ଚରୁ ଡେଇଁପଡ଼ିଥିବାରୁ ଦୁଇଜଣ ଯୁବକଙ୍କ ମୁଣ୍ଡ ପଥରରେ ବାଜିଥିଲା। ଏହାପରେ ସେମାନେ ଜଳପ୍ରପାତ ଭିତରେ ପଡ଼ିଥିଲେ । ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଯାଇଥିଲା । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ :ଭୋଟରଙ୍କୁ ମାଗଣା ଯାତ୍ରା ଯୋଗାଇବ ରାପିଡୋ