ଭୋଟରଙ୍କୁ ମାଗଣା ଯାତ୍ରା ଯୋଗାଇବ ରାପିଡୋ । ଯେଉଁ ମତଦାତାମାନେ ଭୋଟ ଦେବାକୁ ଯିବେ ସେମାନଙ୍କୁ ମତଦାନ କେନ୍ଦ୍ରକୁ ମାଗଣାରେ ନେଇଯିବେ ରାପିଡୋ ସର୍ଭିସ୍ର କାର୍, ଅଟୋ ଓ ବାଇକ୍ । ଆସନ୍ତା ୧୩ ତାରିଖରେ ହାଇଦ୍ରାବାଦରେ ନିର୍ବାଚନ ହେବ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଥିଲାବେଳେ ଗମନାଗମନ ଦିଗରେ ମଧ୍ୟ ମତଦାନ ପାଇଁ ସୁବିଧା ଦିଆଯିବ । ଏହି ସେବା ହାଇଦ୍ରାବାଦ ସହର କରୀମଗଞ୍ଜ, ଖାମମମ୍ ୱାରାଙ୍ଗଲରେ କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କମ୍ପାନୀ ଘୋଷଣା କରିଛି ।
ସୂଚନା ଅନୁଯାୟୀ,ଭୋଟ ଦେବା ପାଇଁ ଲୋକଙ୍କୁ ଉତ୍ସାହିତ କରିବାକୁ ରାପିଡୋ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ମିଶି ଏଭଳି ଏକ ନିଆରା ବ୍ୟବସ୍ଥା କରାଯାଇଛି । ଯାହାଦ୍ୱାରା ମତଦାତାମାନେ ଭୋଟ ଦେବାପାଇଁ ସୁବିଧାରେ ମତଦାନ କେନ୍ଦ୍ରକୁ ଯାଇପାରିବେ । ରାପିଡୋ କମ୍ପାନୀ ପକ୍ଷରୁ ସୂଚନା ଅନୁଯାୟୀ,ମାଗଣାରେ ଯାତ୍ରା କରିବାକୁ ହେଲେ ଏକ କୋଡ଼ ଅଛି ଯାହାକୁ ବ୍ୟବହାର କରି ସାଧାରଣ ଲୋକେ ମତଦାନ ପାଇଁ ଯାଇପାରିବେ । ଭୋଟର ମାନେ ଭୋଟନାଓ (VOTENOW) କୋଡ଼ ବ୍ୟବହାର କରି ଭୋଟ ଦେବାପାଇଁ ଯାଇପାରିବେ । ଏହି ସେବା କେବଳ ହାଇଦ୍ରାବାଦ ନୁହେଁ ବରଂ ୧୦୦ ଟି ସହରରେ ଯୋଗାଇ ଦିଆଯାଇଛି । ଏଥିପାଇଁ କମ୍ପାନୀର କ୍ୟାପଟେନ ୧୦ ଲକ୍ଷ ଟଙ୍କା ନିୟୋଜିତ କରିଛନ୍ତି ।