ହିଂଜିଳି ଥାନା ରାଳବ ଛକ ନିକଟରେ ଏକ ଇଙ୍ଗ ଅଘଟଣ ଦେଖିବାକୁ ମିଳିଛି । ବସରୁ ଖସି ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ରାହୁଲ ନାୟକ ବୋଲି ଜଣାପଡିଛି । ସୂଚନା ଅନୁସାରେ ରାହୁଲ ମହାବାହୁ ନାମକ ଏକ ଘରୋଇ ବସରେ ନିଜ ଘର କୁଡିଆ ପଦରକୁ ଫେରୁଥିଲେ । ଏହି ସମୟରେ ରାହୁଲ ହଠାତ ରାଳବ ଛକ ଠାରେ ବସରୁ ଖସି ପଡିଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହେବା ସହ ବସକୁ ଭଙ୍ଗାରୁଜା କରାଯାଇଛି । ଏବଂ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଉତ୍ତେଜନାକୁ ଆୟତ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି ।