ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ପୁଷ୍ପା ୨: ଦି ରୁଲ କୁ ନେଇ ଦର୍ଶକ ମାନେ ବେଶ ଉତ୍ସାହିତ ଅଛନ୍ତି । ଆଉ ଏହ ଚଳଚ୍ଚିତ୍ର ବିଷୟରେ ଅନେକ କଥା ଜାଣିବାକୁ ଇଚ୍ଛୁକ ଅଛନ୍ତି । ତେବେ ନିକଟରେ ଏହି ଚଳଚ୍ଚିତ୍ରର ପ୍ରଥମ ଗୀତ ପୁଷ୍ପା-ପୁଷ୍ପା ରିଲିଜ ହୋଇଛି । ଆଉ ଏହି ଗୀତ ସାମାଜିକ ଗଣ ମାଧ୍ୟମରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ଏବଂ ମାତ୍ର କିଛି ଦିନରେ ଏହି ଗୀତ ୬ ଟି ଭାଷାରେ ରିଲିଜ ହୋଇଥିବା ବେଳେ ବର୍ତମାନ ଏହା ୫୦ ମିଲିୟନ ଭ୍ୟୁଜ ଅତିକ୍ରମ କରି ଇତିହାସ ରଚିଛି । ଏହାସହିତ ମେ ୧ ରେ ରିଲିଜ ହୋଇଥିବା ଏହି ଗୀତରେ ଏପର୍ଯ୍ୟନ୍ତ ହଜାର ହଜାର ରିଲ୍ସ ପ୍ରସ୍ତୁତ ହୋଇସାରିଲାଣି । ତେବେ ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ପୁଷ୍ପା ୨ ପରଦାକୁ ଆସିବାକୁ ଯାଉଛି ।