ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ଉତଙ୍ଗରା ପଂଚାୟତରଘୁନାଥପୁର ଗ୍ରାମରେ ଏକ ଅଘଟଣ ଘଟିଯାଇଛି । ପୋଖରୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ରଂଜନ ସାମଲ । ସୂଚନା ଅନୁସାରେ ରଘୁନାଥପୁର ଗ୍ରାମର ରତ୍ନାକର ସାମଲଙ୍କ ପୁଅ ରଂଜନ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ଗୋଡ ଖସିଯାଇଥିଲା । ଏବଂ ସେ ପାଣିରେ ବୁଡି ଯାଇଥିଲେ । ତେବେ ଖବର ପାଇ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ ଘେ।।ଷଣା କରିଥିଲେ । ଏବଂ ଅଳକୁଣ୍ଡ ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।