ବଲିଉଡ ଷ୍ଟାର ସଲମାନ ଖାନଙ୍କ ଘରେ ଗୁଳିମାଡ ଘଟଣାରେ ଧରା ପଡିଲା ଆଉ ଜଣେ ଅଭିଯୁକ୍ତ । ମୁମ୍ବାଇ କ୍ରାଇମ ବ୍ରଞ୍ଚ ପୋଲିସ 5ମ ଅଭିଯୁକ୍ତକୁ ରାଜସ୍ଥାନରୁ ଗିରଫ କରିଛି । ତେବେ ଆଉ 4 ଜଣ ଅଭିଯୁକ୍ତକୁ ପୋଲସ ଗିରଫ କରି ସାରିଛି ।
ସୂଚନା ମୁତାବକ, ଗିରଫ ଅଭିଯୁକ୍ତ ଜଣକ ହେଲା ମହମ୍ମଦ ଚୌଧରୀ। ଗିରଫ ପରେ ଅଭିଯୁକ୍ତ ମହମ୍ମଦକୁ ରାଜସ୍ଥାନରୁ ମୁମ୍ବାଇ ଅଣାଯାଉଛି। ତାଙ୍କୁ ଆଜି କ୍ରାଇମବ୍ରଞ୍ଚ କୋର୍ଟରେ ହାଜର କରିବା ସହ ତାକୁ ୫ ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ। ନିକଟରେ ସଲମାନଙ୍କ ଘର ବାହାରେ ଗୁଳିମାଡ ମାମଲାରେ ଅଭିଯୁକ୍ତ ଅନୁଜ ଥାପନ ଜେଲ୍ ଭିତରେ ଆତ୍ମହତ୍ୟା କରିଥିଲା। ଶୁଟର୍ମାନଙ୍କୁ ବନ୍ଧୁକ ଯୋଗାଇଥିବା ନେଇ ଅନୁଜ ନାଁରେ ଅଭିଯୋଗ ହୋଇଥିଲା। ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ଅନୁଜ ଥାପନ୍ ଜେଲ୍ ଭିତରେ ଏକ ବେଡ୍ସିଟ୍ ଜରିଆରେ ଜୀବନ ହାରିଥିଲେ। ରାତିରେ ଶୋଇବା ପାଇଁ ଅଭିଯୁକ୍ତକୁ ଏକ ବେଡ୍ସିଟ୍ ବା ଚାଦର ଦିଆଯାଇଥିଲା।
ଅଧିକା ପଢନ୍ତୁ:ଭାଇଜାନଙ୍କ ଘରକୁ ଗୁଳିମାଡ଼ ମାମଲା ଜେଲ୍ରେ ଅଭିଯୁକ୍ତଙ୍କ ଜୀବନହାରିବା ଉଦ୍ୟମ