ରିଲିଜ ହୋଇଛି ଚଳଚ୍ଚିତ୍ର 'ଛୋଟା ଭୀମ ଆଣ୍ଡ୍ ଦ କର୍ସ ଅଫ୍ ଦମୟାନ'ର ଟ୍ରେଲର । ଏହି ମୁଭି ଟିର ନିର୍ମାତା ଫରହା ଖାନ । ଫରହା ଖାନ ମୁମ୍ବାଇର ଏକ ବଡ ଇଭେଣ୍ଟରେ ଫିଲ୍ମର ଟ୍ରେଲର ଲଞ୍ଚ କରିଥିଲେ । ଟ୍ରେଲରରେ ଏହା ଦେଖିବାକୁ ମିଳେ ଯେ ଢୋଲକପୁର ଏକ ଗମ୍ଭୀର ସ୍ଥିତିରେ ଅଛି। ସୁପର ଭିଲେନ୍ ଦମୟାନ୍ ଏବଂ ତାଙ୍କ ଅଭିଶାପ ଯୋଗୁଁ ସାରା ଗାଁରେ ହତାସ ଖେଳିଯାଉଛି। ଏଭଳି ପରିସ୍ଥିତିରେ ଛୋଟା ଭୀମ ଏବଂ ତାଙ୍କ ସୈନ୍ୟମାନେ ଲୋକଙ୍କୁ ଉଦ୍ଧାର କରିବାକୁ ଆସନ୍ତି। ଅନୁପମ ଖେର ଏବଂ ମକରନ୍ଦ ଦେଶପାଣ୍ଡେଙ୍କ ସହ ଯଜ୍ଞ ଭସିନ୍ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି ।
ଏହି ଫିଲ୍ମ ୩୦ ମେ’ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଲାଇଭ୍ ଆକ୍ସନ୍ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ ଚିଲ୍କା ଏବଂ ମେଘା ଚିଲ୍କା ଓ ରାଜୀବ ଚିଲ୍କା ଏହାର ନିର୍ମାଣା ଦାୟିତ୍ୱ ନେଇଛନ୍ତି। ଏହି ଫିଲ୍ମକୁ ନିରଜ ବିକ୍ରମ ଲେଖିଛନ୍ତି ଏବଂ ଭାରତ ଲକ୍ଷ୍ମୀପତିଙ୍କ ସହ ଶ୍ରୀନିବାସ ଚିଲକଲାପୁଡିଙ୍କ ଏହାର ସହ ପ୍ରଯୋଜକ ଅଛନ୍ତି।
ଅଧିକା ପଢନ୍ତୁ : କାନ୍ସ ଫେଷ୍ଟିଭାଲ୍: ଏଭଳି ପୋଷାକ ପିନ୍ଧି ରେଡ୍ କାର୍ପେଟରେ ଚାଲିଲେ ଐଶ୍ୱର୍ଯ୍ୟା ରାୟ ବର୍ଚ୍ଚନ