ବଲିଉଡକୁ ଅଲବିଦା କହିବେ କଙ୍ଗନା । ଯଦି ସେ ନିର୍ବାଚନ ଜିତନ୍ତି ତାହାଲେ ସେ ବଲିଉଡ ଛାଡିଦେବେ । ସେ ରାଜନୀତିରେ ରହି ଲୋକଙ୍କ ପାଇଁ କାମ କରିବେ । ତେବେ ଏ କଥା ନିକଟରେ ଏକ ସାକ୍ଷାତକାରରେ କଙ୍ଗନା ଖୋଦ କହିଛନ୍ତି । କାରଣ ସେ କେବଳ ଗୋଟିଏ କାମ ଉପରେ ଧ୍ୟାନ ଦେବାକୁ ଚାହାଁନ୍ତି। ଲୋକେ ଯଦି ମୋ ସହ ଯୋଡି ହେବାକୁ ଚାହାନ୍ତି ତେବେ ମୁଁ କେବଳ ରାଜନୀତି ହିଁ କରିବି। ସେ ଆହୁରି କହିଛନ୍ତି, 'ଯଦି ଲୋକଙ୍କୁ ମୋର ଆବଶ୍ୟକତା ଦରକାର ପଡେ ତେବେ ମୁଁ ସେହି ଦିଗକୁ ହିଁ ଯିବି। ଯଦି ମୁଁ ମଣ୍ଡିରୁ ଜିତେ, ତେବେ ମୁଁ କେବଳ ରାଜନୀତି କରିବି। ଅନେକ ଚଳଚ୍ଚିତ୍ର ନିର୍ମାତା ମୋତେ ରାଜନୀତି କରିବାକୁ ମନା କରୁଛନ୍ତି। କିନ୍ତୁ ମୁଁ ଲକୋଙ୍କ ଆଶା ପୂରଣ କରିବି। ମୁଁ ଏକ ସୁବିଧାଜନକ ଜୀବନ ଅତିବାହିତ କରିଛି, ଯଦି ବର୍ତ୍ତମାନ ମୁଁ ଲୋକଙ୍କ ସହ ଯୋଡିବାର ସୁଯୋଗ ପାଇଛି, ତେବେ ଏହାକୁ ମଧ୍ୟ ମୁଁ ଗ୍ରହଣ କରିବି।'
ଅଧିକା ପଢନ୍ତୁ:ଓଟିଟିରେ ଧମାଲ କରୁଛି “ହୀରାମଣ୍ତି”