ବଲାଙ୍ଗିର ଜିଲ୍ଲା ବିଜେପି ଦଳ ତରଫରୁ ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଛି । ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ ପତ୍ର ଓ ଦଳର ସଂକଳ୍ପ ପତ୍ର ସମ୍ବନ୍ଧୀୟ ସୂଚନା ପ୍ରଦାନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା,ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଗୋପାଲଜୀ ପାଣିଗ୍ରାହୀ ସମେତ ଯୋଗ ଦେଇଥିଲେ । ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ପଣ୍ଡା କହିଛନ୍ତି ଯେ, ଦୀର୍ଘ ୨୫ ବର୍ଷ ହେଲା ରାଜ୍ୟରେ ଏକ ସ୍ଥାୟୀ ସରକାର ରହିଥିବା ବେଳେ ରାଜ୍ୟରୁ ଗରିବୀ, ବେକାରୀ ଭଳି ସମସ୍ୟାର ସମାଧାନ ହୋଇପାରିନାହିଁ। ଏଣୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ପ୍ରକାଶ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଶ୍ରୀ ପଣ୍ଡା । ତେବେ ଗତ ୫ ତାରିଖ ଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଦ୍ୱାରା ଲୋକାର୍ପିତ ହୋଇଥିବା ବିଜେପିର ସଂକଳ୍ପ ପତ୍ର ସଂପର୍କରେ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଆଲୋଚନା କରାଯାଇଥିଲା ।