ରାଜଧାନୀରେ ବଢ଼ୁଛି ଅପରାଧ: ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର
Khabar Odisha:rajesh-bhadra-dead-body-found-at-gangua-in-bhubaneswar
ଭୁବନେଶ୍ୱର, ନଭେମ୍ବର ୫ (ଖବର ଓଡ଼ିଶା):

ଦିନକୁ ଦିନକୁ ରାଜ୍ୟ ରାଜଧାନୀରେ ଅପରାଧ ସଂଖ୍ୟା ବଢ଼ିବାରେ ଲାଗିଛି । କିଛିଟା ଦିନର ବ୍ୟବଧାନରେ ହତ୍ୟାକାଣ୍ଡ ଭଳି ସଙ୍ଗୀନ ମାମଲା ସାମ୍ନାକୁ ଆସୁଛି । ପୋଲିସକୁ ଖାତିର କରୁନାହାଁନ୍ତି ଅପରାଧି । ଫଳରେ ଅସୁରକ୍ଷିତ ହୋଇପଡ଼ୁଛି ଭୁବନେଶ୍ୱର । ଆଜି ପୁଣି କୂଆଖାଇ ନଦୀ ନିକଟସ୍ଥ କଙ୍ଗୁଆନାଳ ନିକଟରୁ ରାଜେଶ ଭଦ୍ରା ନାମକ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ତାଙ୍କ ଘର କେନ୍ଦ୍ରାପଡ଼ାରେ ହୋଇଥିବାବେଳେ ସେ ଭୁବନେଶ୍ୱରର ସତ୍ୟବିହାର ଅଂଚଳରେ ରହୁଥିଲେ । ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । 

ମିଳିଥିବା ପ୍ରାଥିମିକ ସୂଚନା ମୁତାବକ, କେନ୍ଦ୍ରାପଡ଼ାର ରାଜେଶ ସତ୍ୟବିହାରରେ ରହୁଥିଲେ । ତାଙ୍କ ବାପା ଜଣେ ପରିବା ବ୍ୟବସାୟୀ । ପଳାଶୁଣୀରେ ତାଙ୍କର ପରିବା ଦୋକାନ ରହିଛି । କିନ୍ତୁ ଗତ ୫ ଦିନ ହେଲା ରାଜେଶ ନିଖୋଜ ଥିଲା । ଏ ନେଇ ରାଜେଶଙ୍କ ବାପା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ତାଙ୍କୁ ଦୁଇ ଜଣ ଦୁର୍ବୃତ୍ତ ମାଡ଼ ମାରିଥିବା ମଧ୍ୟ ସେ ଉଲ୍ଲେଖ କରିଥିଲେ । ତେବେ ଆଜି ସକାଳୁ କଙ୍ଗୁଆନାଳ ନିକଟରେ ରାଜେଶଙ୍କ ମୃତ ଦେହକୁ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଁଛି ମୃତଦେହକୁ ଜବତ କରିଥିଲା । ତେବେ ରାଜେଶଙ୍କ ପରିବାର ଲୋକ ତାଙ୍କୁ ଚିହ୍ନଟ କରିଥିଲେ । 

ମୃତ ଦେହ ଏକ ଅଖାରେ ବନ୍ଧା ହୋଇଥିଲା । ତେଣୁ ତାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରି ଅଖା ଭର୍ତ୍ତି କରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ପୋଲିସ ଓ ସାଇଣ୍ଟିଫିକ୍‌ ଟମ୍‌ ପହଁଚି ତନାଘନା ଆରମ୍ଭ କରିଛନ୍ତି । 

Subscribe

National International State Sports Entertainment