ପ୍ରବଳ ବର୍ଷାରେ ଧୋଇଗଲା ବାୟାଘାଟି ରାସ୍ତା , ୧୮ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ Khabar Odisha :27/07/2024 Share story: ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ଜିଲ୍ଲାରେ ସାଂଘାତିକ ପରିସ୍ଥିତ ସୃଷ୍ଟି ହୋଇଛି । ଦୀର୍ଘଦିନ ହେବ କୋରାପୁଟ ଓ ମାଲକାଲଗିରିରେ ବର୍ଷା ଲାଗି ରହିଛି । ଫଳରେ ଗୋଦାବରୀ ନଦୀ ଫୁଲିବାରେ ଲାଗିଛି । ଆଉ ମାଲକାନଗିରି ଜିଲ୍ଲା କୋରୁକେଣ୍ଡା ବ୍ଲକ ଅନ୍ତର୍ଗତ ବାୟାପଡା ଘାଟିରେ ବଡ ଧରଣର ଭୂସ୍ଖଳନ ହୋଇଛି । ଯେଉଁଥିପାଇଁ ବାହ୍ୟ ଜଗତରୁ ୧୮ଟି ଗାଁର ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଲୋକମାନେ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଥିପାଇଁ ଲୋକମାନେ ରାସ୍ତା ପାର ହେବା ପାଇଁ ନିଜେ କାଠ ପୋଲ ପ୍ରସ୍ତୁତ କରିଛନ୍ତି । ଆଉ ଏହାରି ଉପରେ ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରା କରୁଛନ୍ତି । ଖାଲି ସେତିକି ନୁହେଁ ଏଥିପାଇଁ ଅନେକ ସ୍ଥାନରେ ବିଦ୍ୟୁତ ଓ ମୋବାଇଲ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି । malkangiri landslide Henilprava Swain, Author, 27/07/2024