ଆଗାମୀ ୪ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ। ଓଡ଼ିଶାରେ ଦୁର୍ବଳ ରହିଛି ମୌସୁମି ତେଣୁ ପାଗ ଶୁଖିଲା ରହିବା ନେଇ ଆକଳନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  ଗତ ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ସ୍ୱଳ୍ପ ବୃଷ୍ଟିପାତ ଦେଖିବାକୁ ମିଳିଛି  । 
ସୂଚନା ମୁତାବକ , ଓଡ଼ିଶାରେ ମୌସୁମି ଦୁର୍ବଳ ରହିଛି ତେଣୁ ଆଗାମୀ ୪ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।  ନବରଙ୍ଗପୁର ତେନ୍ତୁଲିଖୁଣ୍ଟିରେ ସର୍ବାଧିକ ୨୨ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ଜୟପୁର ଓ କୋରାପୁଟରେ ୧୮.୬  ମିମି ବର୍ଷା ରେକର୍ଡ ହୋଇଛି । ଜୁନ ୧ ରୁ ଆଜି ସୁଦ୍ଧା ୭୮୨  ମିମି ବର୍ଷା ହୋଇଛି । ଯେତେବେଳେ ଏହି ସମୟରେ ସ୍ବାଭାବିକ ବର୍ଷାର ପରିମାଣ ୮୮୪.୨  ମିମି ହେବା କଥା । ୧୮ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ ବର୍ଷା ରେକର୍ଡ ହୋଇଥିବା ଜଣାପଡ଼ିଛି ।  ତେବେ ଅଗଷ୍ଟ ୩୦ ବେଳକୁ ରାଜ୍ୟର କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ।
ଅଧିକ ପଢନ୍ତୁ ;ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱରର ଶିଶୁପାଳଗଡ଼