ରାଜଧାନୀରେରେ ନିଶାଡ଼ିଙ୍କ ଉନ୍ମତ୍ତକାଣ୍ଡ ଏବଂ ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱରର ଉପକଣ୍ଠ ଶିଶୁପାଳଗଡ଼। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ। ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀକୁ ଆକ୍ରମଣ କରିଥିବା ବେଳେ ଉତ୍ତେଜନା ଏତେ ବଢି ଯାଇଥିଲା ଯେ ଭୁବନେଶ୍ୱର-ପୁରୀ ରାସ୍ତା ଅବରୋଧ କରିଥିଲେ ଉତ୍ତେଜିତ ଲୋକମାନେ।
ସୂଚନା ମୁତାବକ , ଗତକାଲି ରାତି ୯.୩୦ ସମୟରେ ଶିଶୁପାଳଗଡ଼ ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ନିଶାରେ ଚୁର୍ ହୋଇ ଗାଁରେ ପଇଁତରା ମାରିଥିଲେ। ଗାଡ଼ି ସାଇଡ୍ ମାରିବା ବାହାନାରେ ଜଣେ ଯୁବକଙ୍କୁ ଆକ୍ରମଣ କରିଥିଲେ। ପତିତପାବନ କ୍ଲବ ସମ୍ମୁଖରେ ଲୋକଙ୍କୁ ଗାଳିଗୁଲଜ କରିବା ସହ ହାତରେ ଖଣ୍ଡା, ଗୁପ୍ତି ଓ ଭୁଜାଲି ଭଳି ମାରଣାସ୍ତ୍ର ଧରି ଗାଁ କ୍ଲବ ଘର, ଶିଶୁପାଳଗଡ଼ ଛକ ଓ ନୂଆଗାଁ ଛକରେ ଯାହାକୁ ପାଇଲେ ଗୋଡ଼େଇ ଗୋଡ଼େଇ ହାଣିଥିଲେ ଫଳରେ ୬ ଜଣ ଆହତ ହୋଇଛନ୍ତି । ଏହାପରେ ଧଉଳି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା। ହେଲେ ଛକରେ ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ପୋଲସି ମୁତୟନ କରାଯାଇଛି। ପୋଲିସ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।
ଅଧିକ ପଡନ୍ତୁ ; ସେବାୟତଙ୍କ ବିବାଦରୁ ନୀତିରେ ବିଭ୍ରାଟ : ଉପାସରେ ମହାପ୍ରଭୁ ଲିଙ୍ଗରାଜ