ଉପାସରେ ମହାପ୍ରଭୁ ଲିଙ୍ଗରାଜ । ସେବାୟତଙ୍କ ବିବାଦରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବଡ ବିଭ୍ରାଟ । ଆଜି ଦିନ ତମାମ କୌଣସି ନୀତି ହେବ ନାହିଁ ବୋଲି ସୂଚନା ମିଳିଛି । ସୋମବାର ସଂଧ୍ୟା ଠାରୁ ବନ୍ଦ ରହିଛି ଲିଙ୍ଗରାଜଙ୍କ ନୀତିକାନ୍ତି । ଏହି ଘଟଣାକୁ ନେଇ ଭକ୍ତଙ୍କ ଭାବାବେଗକୁ କୁଠାରଘାତ ହେବାସହ ସବୁଠି ଉଦବେଗ ପ୍ରକାଶ ପାଇଛି ।
ସୂଚନା ମୁତାବକ ଗତକାଲି ସୋମବାର ସନ୍ଧ୍ୟାଧୂପ ବଡସିଂହାର ବେଶ ପରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବାକୁ ନେଇ ପୂଜାପଣ୍ଡା ଏବଂ ବଡ଼ୁ ନିଯୋଗ ସେବାୟତଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା । କେବଳ ଯେ ଗତକାଲି ନୁହେଁ ୨୦୨୦ ମସିହାରୁ ଏହି ବିବାଦ ଲାଗି ରହିଛି ହେଲେ ଏହାର ସମାଧାନ ହୋଇପାରୁ ନାହିଁ । ସେପଟେ ବର୍ଷକୁ ଅନେକ ଥର ଏମିତି ସମସ୍ୟା ବାରମ୍ବାର ଉପୁଜୁଥିବା ବେଳେ ପ୍ରଶାସନ ନିରବ ରହିଛି ।
ଅଧିକ ପଢନ୍ତୁ;- ପୁରୀ ମେଡିକାଲ କଲେଜ ରାଗିଂ ଘଟଣା : ଛାତ୍ରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ