ହନ୍ତସନ୍ତ କରୁଛି ‘ମୋ ବସ୍’ ସେବା । ବର୍ତ୍ତମାନ ରାଜଧାନୀବାସୀଙ୍କ ଜୀବନ ରେଖା ପାଲଟିଯାଇଛି ‘ମୋ ବସ୍’ ସେବା ।
ସୂଚନା ଅନୁସାରେ,ଦିନକୁ ଦିନ ‘ମୋ ବସ୍’ ରେ ଯାତ୍ରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ଉପରେ ଲୋକେ ନିର୍ଭର କରିବାରେ ଅଭ୍ୟସ୍ତ ହୋଇଗଲେଣି । ହେଲେ ଜନବହୁଳ ସ୍ଥାନଗୁଡ଼ିକ ପାଇଁ ଥିବା ରୁଟ ଗୁଡ଼ିକରେ ମାତ୍ର ଗୋଟିଏ ଗୋଟିଏ ବସ୍ ଚଳାଚଳ କରୁଥିବାର ଜଣାପଡ଼ିଛି । ଯାହାଫଳରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେମିତିକି ମାଷ୍ଟର କ୍ୟାଣ୍ଟିନ ଛକରୁ ସମ୍ ହସ୍ପିଟାଲ ଦେଇ ଛତାବର ଅଭିମୁଖେ ରୁଟ୍ ନମ୍ବର-୩୦ ରେ ଗୋଟିଏ ମାତ୍ର ବସ୍ ଯାତାୟତ କରୁଛି । ଏହି ଦୁଇ ଷ୍ଟପେଜ ମଧ୍ୟରେ ଦୂରତା ପ୍ରାୟ ୧୫ କିଲୋମିଟର । ଏହି ରୁଟରେ ଥିବା ପ୍ରମୁଖ ସ୍ଥାନରେ ଲୋକମାନେ ଯିବାକୁ ହଇରାଣ ହଉଛନ୍ତି । ଏପଟେ ବସ ଭିତରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଓ ମହିଳାମାନେ ସିଟ୍ ନ ପାଇ ଠିଆ ହୋଇକି ଯାଉଛନ୍ତି । ଫଳରେ ଏହି ଭିଡ଼ର ସୁଯୋଗ ନେଇ ପକେଟ୍ମାର ଦିନକୁ ଦିନ ବଢିବାର ଲାଗିଛି । ଏପରିକି ଅନେକ ସମୟରେ ବସରେ ଏତେ ଗହଳି ହୋଇଯାଉଛି ଯେ କେହି ଓହ୍ଲେଇବାକୁ ନଥିଲେ ବି ବସ ଷ୍ଟପେଜରେ ରହୁନି । ଫଳରେ ଯାତୟତରେ ବହୁତ ଅସୁବିଧା ହେଉଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଯେଉଁଠି ଯାତ୍ରୀ ସଂଖ୍ୟା ଅଧିକ ଥିବାବେଳେ ସେହି ଯାଗାରେ ଗୋଟିଏ ଗୋଟିଏ ‘ମୋ ବସ୍' ହିଁ ଚାଲୁଛି । ଏହି ରୁଟମାନଙ୍କରେ ‘ମୋ ବସ୍” ଚଳାଚଳ ପାଇଁ ଟ୍ଵିଟରରେ ମାଳମାଳ ଅଭିଯୋଗ ହେଉଛି । କ୍ରୁଟ୍ ଅଧିକାରୀଙ୍କ କହିବା ଅନୁଯାୟୀ ଯାତ୍ରୀମାନଙ୍କ ମତାମତ ନିଆଯାଉଛି । ସେହି ଅନୁସାରେ ଆଗକୁ ନିଷ୍ପତି ହୋଇପାରେ କିନ୍ତୁ ବର୍ତ୍ତମାନ ଅଧିକ ବସ୍ ଚଳାଇବାର କୌଣସି ଯୋଜନା ନାହିଁ ।
ଆଗକୁ ପଢନ୍ତୁ :- ସୁବର୍ଣ୍ଣପୁର ଜିଲ୍ଲାରେ ହାତୀ ଆତଙ୍କ , ମଧ୍ୟରାତ୍ରିରୁ ଆତଙ୍କ ଖେଲାଉଛି ଦନ୍ତା ହାତୀ