ରାଉରକେଲା ଜାମଟୋଲି ବସ୍ତିରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ନେଇ ଖେଳି ଯାଇଛି ଚାଞ୍ଚଲ୍ୟ।ଘଟଣାରେ ସେକ୍ଟର-୭ ଥାନା ପୁଲିସ ୩୬ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଜଣେ ଯୁବକଙ୍କୁ ମିଳିତ ଭାବେ ଆକ୍ରମଣ କରିବା ସହ କାର୍ ରେ ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ। ଏହାର ପ୍ରକୃତ କାରଣ ଏବଂ ଏଥିରେ କେଉଁମାନଙ୍କ ସମ୍ପୃକ୍ତି ରହିଛି, ସେନେଇ ଖୋଳତାଡ଼ କରୁଛି ପୋଲିସ।
ସୂଚନା ଅନୁଯାୟୀ ଗତକାଲି ଜାମଟୋଲି ବସ୍ତିକୁ କୁଣିଆ ଆସିଥିବା ଜଣେ ଯୁବକଙ୍କ ଘରେ କିଛି ଯୁବକ ପଶି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଥିସହ ଘର ନିକଟରେ ଥିବା କାର୍ ଓ ବାଇକ୍ ଭଙ୍ଗାରୁଜା କରାଯାଇଥିବା ଜଣାପଡ଼ିଛି । ଅଟକ ୩୬ ଯୁବକଙ୍କୁ ପଚରାଉଚରା କରିବା ସହ ଘଟଣାରେ ସାମିଲ୍ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ମଧ୍ୟ ଖୋଜାଖୋଜି ଜାରି ରହିଛି ।