କଟକ : ସିଡିଏ ସେକ୍ଟର-୧୩ ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ଏକ ବନ୍ଦ ଘର ଭିତରୁ ମହିଳାଙ୍କ ମୃତଦେହ ମିଳିଥିବା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି।
ମହିଳାଙ୍କୁ ହତ୍ୟା ପଛର କାରଣକୁ ନେଇ ମଧ୍ୟ ରହସ୍ୟ ଲାଗିରହିଛି। ବ୍ୟକ୍ତିଗତ ଶତ୍ରୁତା, ପୂର୍ବ ବିବାଦ ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେ ଦିଗରେ ପୋଲିସ୍ ତଦନ୍ତ କରୁଛି। ସବୁଠୁ ବଡ଼ କଥା ହେଲା, ଘଟଣା ପରେ ଅଭିଯୁକ୍ତ ଫେରାର ଥିବାବେଳେ ଅଭିଯୁକ୍ତଙ୍କ ପରିଚୟ ଜାଣିବା ସହ ତାଙ୍କୁ ଧରିବା ପାଇଁ ପୋଲିସ୍ ଟିମ୍ ଛାନଭିନ କରିଥିଲା ଶେଷରୁ ଅଭିଯୁକ୍ତକୁ ଧରି ତାକୁ ଅଟକ ରଖିଛି ।
ଘଟଣାସ୍ଥଳରୁ ମିଳୁଥିବା ବିଭିନ୍ନ ପ୍ରମାଣକୁ ଆଧାର କରି ପୋଲିସ୍ ତଦନ୍ତକୁ ଆଗକୁ ବଢ଼ାଉଛି। ମହିଳାଙ୍କ ମୃତ୍ୟୁ କେତେବେଳେ ହୋଇଛି, ତାଙ୍କ ଶରୀରରେ କେଉଁ ପ୍ରକାର ଆଘାତ ରହିଛି ଏବଂ ପଥର ହିଁ ହତ୍ୟାରେ ବ୍ୟବହୃତ ହୋଇଛି କି ନାହିଁ, ତାହା ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହେବ।