ସୁବର୍ଣ୍ଣପୁର ଜିଲ୍ଲାରେ ହାତୀ ଆତଙ୍କ । ମଧ୍ୟରାତ୍ରି ରୁ ଆତଙ୍କ ଖେଲାଉଛି ଦନ୍ତା ହାତୀ । ସୂଚନା ଅନୁସାରେ , ସୁବର୍ଣ୍ଣପୁର ଜିଲ୍ଲାରେ ଗତକାଲି ମଧ୍ୟରାତ୍ରରୁ ଆତଙ୍କ ଖେଲାଇଛି ଦନ୍ତା ହାତୀ । ରାତି ଅଧରୁ ସୋନପରୁ ବ୍ଲକର ବିଭିନ୍ନ ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଛି । ଦନ୍ତା ହାତୀଟି ବୁଲିବା ସହ ଗ୍ରାମରେ ଥିବା ସମସ୍ତ ଫସଲ ନଷ୍ଟ କରୁଥିବାର ଅଭିଯୋଗ ହୋଇଛି । ଖବର ପାଇ ସୁବର୍ଣ୍ଣପୁର ବନବିଭାଗର ୪ଟି ଟିମ ଟ୍ରାକ କରୁଥିବାର ଦେଖିବାକୁ ମିଳିଥିଲା । ସୋନପୁର, ସୁବଳୟା, ବିନିକା ଆଦି ବନାଞ୍ଚଳର ଟିମ ଗୁଡିକ ଡ୍ରୋନ ସାହାଯ୍ୟରେ ହାତୀଟିକୁ ଟ୍ରାକ କରୁଛନ୍ତି । ଗତକାଲି ରାତିରେ ହାତୀଟି ଗ୍ରାମର ଏକ ଗୁହାଳରେ ପଶି ଗୋଟେ ଗାଈ କୁ ମାରିଦେଇଥିବାର ଖବର ମିଳିଥିଲା । ହାତୀଟି ଲୋଇସିଙ୍ଘା ଅଂଚଳରୁ ଆସିଛି । ସୁବର୍ଣ୍ଣପୁର ବନବିଭାଗର ନଜରରେ ହାତୀଟି ରହିଛି । ହାତୀକୁ ଦେଖି କେହି ଭୟଭୀତ ନହେବା ପାଇଁ ଜିଲ୍ଲା ବନଖଣ୍ଡ ଅଧିକାରୀ ଅନୁରୋଧ କରିଛନ୍ତି ।
ଆଗକୁ ପଢନ୍ତୁ :- ମହାବାତ୍ୟାକୁ ପୁରିଛି ୨୪ ବର୍ଷ : ହେଲେ ଆଜି ବି ସତେଜ ସେ ଦିନର ସ୍ମୃତି