ଆସନ୍ତା ୨୦ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୨୨ ତାରିଖ ବେଳକୁ ଏହା ଦକ୍ଷିଣ ଓଡ଼ିଶା ଉତ୍ତର ଆନ୍ଧ୍ର ଉପକୂଳ ନିକଟକୁ ଗତି କରିବ । ଏହାପରେ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।
ପାଣିପାଗ ବିଭାଗ ସୂଚନା ଅନୁସାରେ ରାଜ୍ୟରେ ସକ୍ରିୟ ମୌସୁମୀ ନିମ୍ନଚାପ ରେଖା ଏବଂ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ଯୋଗୁ ରାଜ୍ୟରେ ବର୍ଷା ବଢ଼ିପାରେ । ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ପାହାଡ଼ିଆ ଅଞ୍ଚଳର କିଛି ସ୍ଥାନରେ ଭାରି ବର୍ଷାର ସମ୍ଭାବନା ରହିଛି । ତେବେ ୨୨ ତାରିଖ ବେଳକୁ ହେବାକୁ ଥିବା ଲଘୁଚାପ କେତେ ଶକ୍ତିଶାଳୀ ହେବ, କେଉଁ ଦିଗକୁ ଯିବ ଓ କେଉଁ ଅଞ୍ଚଳରେ ଅଧିକ ବର୍ଷା କରାଇବ, ତାହା ବର୍ତ୍ତମାନ ଅନୁମାନ ହୋଇନାହିଁ । ୧୪ ଓ ୧୫ ତାରିଖରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।