ଓଡ଼ିଶା ସିଭିଲ ସର୍ଭିସ ପ୍ରିଲିମ୍ ପରୀକ୍ଷା - ୨୦୨୨ ତାରିଖ ଘୋଷଣା କରାଯାଇଛି । ଅକ୍ଟୋବର ୧୫ ତାରିଖ ରବିବାର ଦିନ ପ୍ରିଲିମ୍ ପରୀକ୍ଷା ଅନୁଷ୍ଟିତ ହେବ ବୋଲି ଘୋଷଣା କରିଛି ଓଡ଼ିଶା ଲୋକସେବା ଆୟୋଗ । ଆୟୋଗ ପକ୍ଷରୁ ପରୀକ୍ଷାର ବିସ୍ତୃତ ବିବରଣୀ ପରେ ଘୋଷଣା କରାଯିବ । ଏ ସମ୍ପର୍କରେ ବିସ୍ତୃତ ସୂଚନା ଓପିଏସିର ୱେବସାଇଟ୍ରେ ଖୁବ ଶୀଘ୍ର ପ୍ରକାଶ ପାଇବ । ପ୍ରାର୍ଥୀ ୱେବସାଇଟକୁ ଯାଇ ଆଡମିଶନ ସାର୍ଟିଫିକେଟ ଡାଉନଲୋଡ କରିବାକୁ ଓପିଏସସି ପକ୍ଷରୁ କୁହାଯାଇଛି । https://opsc.govt.in କୁ ଗଲେ ସବିଶେଷ ତଥ୍ୟ ମିଳିପାରିବ ତା ସହିତ ପରୀକ୍ଷାର ସମ୍ପୂର୍ଣ୍ଣ ସୂଚୀ ମଧ୍ୟ ଆଗାମୀ ଦିନରେ ଜଣାପଡିବ ବୋଲି ଓଡିଶା ଲୋକସେବା ଆୟୋଗ ପକ୍ଷରୁ ସୂଚନା ମିଳିଛି ।
ଅଧିକ ପଢନ୍ତୁ ;- ଆଗାମୀ ୪ ଦିନ ଯାଏ ରାଜ୍ୟରେ ପାଗ ଶୁଖିଲା ରହିବ