ବରଗଡ ଟାଉନ ପୋଲିସକୁ ମିଳିଛି ଏକ ବଡ ସଫଳତା । ଧରା ପଡିଛି ଏକ କୁଖ୍ୟାତ ଡକାୟତ । ଦର୍ଶକ ବନ୍ଧୁ ଭୀଷଣ ଖରାରେ ଜଳୁଛି ସାରା ରାଜ୍ୟ । ଗ୍ରୀଷ୍ମର ପ୍ରଭାବରେ ଅପରାହ୍ନାରେ ଘରୁ କେହି ଲୋକେ ପାଦାକୁ ବାହାରୁ ନାଥିବା ସୁଯୋଗ ନେଇ ଡାକାୟତ ମାନେ ଡାକାୟତି କରିଛନ୍ତି । ବନ୍ଧୁକ ଦେଖାଇ ଏକ ବ୍ୟାଙ୍କରୁ ପ୍ରାୟ 9 ଲକ୍ଷ 26 ହଜାର ଟଙ୍କା ଲୁଟି ନେଇ ବ୍ୟାଙ୍କରୁ ଖସି ପଳାଇଛନ୍ତି। ତେବେ ବରଗଡ ପୋଲିସ ତୁରନ୍ତ ଏକ ମାମଲା ରୁଜୁ କରି ବିଭିନ୍ନ ଅଧିକାରୀଙ୍କ ନେତୃତ୍ୱରେ ଅନେକ ପୋଲିସ ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗକାରୀ ସୁଶାନ୍ତ କୁମାର ସାହୁଙ୍କ ଲିଖିତ ରିପୋର୍ଟକୁ ଆଧାର କରି ପୋଲିସ ଅନୁସନ୍ଧାନ କରିଥିଲା ।
ଅନୁସନ୍ଧାନ ବେଳେ ବରଗଡ ସଦର ପୋଲିସ ଷ୍ଟେସନ ଅଞ୍ଚଳର ସହରାପାଲି ଗ୍ରାମ ନିବାସୀ ସରଥୀ ନାଗଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ସେହି ଡକାୟତ ପାଖରୁ ବିଭିନ୍ନ ପ୍ରାକାରର ଗାଡି ସହିତ ଦୁଇଟି ୱାକି ଟକି, ଗୋଟିଏ ଭିଭୋ M3 ପ୍ରୋ ମୋବାଇଲ୍ ଫୋନ୍ ଜବତ କରାଯାଇଛି |ତେବେ ସାରଥୀ ନାଗ ଗିରଫ ହେବା ଦିନ, ମୁଖ୍ୟ ଅଭିଯୁକ୍ତ ଅମିତ ଦାଶ ତା ସାଥି ମାନଙ୍କ ସହ ପୋଲିସକୁ ଚକ୍ଖମା ଦୋଇ ଖସି ପଳାଇବାରେ ସଫଳ ହୋଇଥିଲା । ବହୁ ଖୋଜାଖୋଜି ପରେ ପୋଲିସ ଅମିତ ଦାଶଙ୍କୁ ଧରିବାରେ ସଫଳ ହୋଇଥିଲା। ପଚରାଉଚରା ବେଳେ ସେ ବରପାଲି ବ୍ୟାଙ୍କ ଡକାୟତି ମାମଲାରେ ସମ୍ପୃକ୍ତ ଥିବା ସ୍ୱୀକାର କରିଛନ୍ତି। ଅଭିଯୁକ୍ତ ଅମିତଙ୍କ ନିକଟରୁ ପୋଲିସ 4 ଲକ୍ଷ.26 ହଜାର ଟଙ୍କା ଏବଂ ପିସ୍ତଲ ଜବତ କରିଛି। ତେବେ ପୋଲିସ ଡାକାୟତି ହୋଇଥିବା ଅବଶିଷ୍ଟ ରାଶି ଏବଂ ଅନ୍ୟ ଅଭିଯୁକ୍ତକୁ ଖୋଜୁଛି ବୋଲି ବରଗଡ ଏସପି ସୂଚନା ଦେଇଛନ୍ତି ।
ଅଧିକା ପଢନ୍ତୁ: ମୋର ଗୋଟିଏ ବୋଲି ଘର ଜଳିଗଲା....