ମୋର ସବୁ ନଷ୍ଟ ହୋଇଗଲା ମୁଁ କେମିତି ଚଳିବି ଗୋଟିଏ ବୋଲି ଘର ଥିଲା। ଭଗବାନ ତାକୁ ବି ଛଡାଇ ନେଲେ। ମୁଁ କେମିତି ଚଳିବି କହି କାନ୍ଦି କାନ୍ଦି ଗଡି ଯାଉଛନ୍ତି ମହିଳା ଜଣଙ୍କ। ତେବେ ରୋଷଇ କରୁଥିବା ସମୟରେ ଅସାବଧାନତା ପାଇଁ ଲାଗିଗଲା ନିଆଁ। ଜଳିଗଲା ଦୁଇ ବଖରା ଘର। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚିବା ପୂର୍ବରୁ ହିଁ ସବୁ ଜଳି ପୋଡି ପାଉଁସ ହୋଇଗଲାଣି। ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକର ନୂଆ ଗାଁର ସବିତା ସାହୁ ନାମକ ଜଣେ ମହିଳାଙ୍କ ଘରେ। ଖବର ପାଇଁ ଅଗ୍ନିଶମ ବିଭାଗ ପହଂଚିବା ପୂର୍ବରୁ ଜଳି ପୋଡି ସବୁ ଛାର ଖାର ହୋଇଯାଇଛି। ତେବେ ଦିନ ପାଖାପାଖି 2 ଟା ସମୟରେ ସବିତ ରୋଷେଇ କରୁ କରୁ କିଛି ସମୟ ପାଇଁ ବାହାରକୁ ଯାଇଥିଲେ। ଠିକ ସେତିକି ବେଳେ ରୋଷେଇ ଘରୁ ଚୁଲିରୁ ନିଆଁ ଯାଇ ଜାଳେଣି କାଠରେ ଲାଗିଯାଇଥିଲା। ଆଉ ସେଠାରୁ ନିଆଁ ଲାଗି ରୋଷେଇ ଘର ସହ ଦୁଇ ବଖରା ଘର ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ଘର ଥିବା ସମସ୍ତ ଆସବା ପତ୍ର ସହ ନଗଦ ଟଙ୍କା ଓ ଗୁରୁତ୍ୱପୂର୍ଣ କାଗଜ ପତ୍ର ପୋଡି ନଷ୍ଟ ହୋଇଛି। ଏତିକି କହି ସବିତା ଭୋ ଭୋ ହୋଇ କାନ୍ଦୁଛନ୍ତି। ତାଙ୍କ ଆଖିରୁ ଆଉ ଲୁହ ସୁଖୁ ନାହିଁ । ତେବେ ଘର ଲୋକଙ୍କ କହିବା ଅନୁଯାୟୀ ଘରେ ପ୍ରାୟ 2 ଲକ୍ଷ ଟଙ୍କାର କ୍ଷତି ହୋଇଛି, ସେପଟେ ଅଗ୍ନିଶମ ବିଭାଗର ଅଧକାରୀ ନିଆଁ କୁ ଆୟତ୍ତ କରିବା ସହ କ୍ଷୟ କ୍ଷତିର ଆକଳନ କରୁଛନ୍ତି ।
ଅଧିକା ପଢନ୍ତୁ: ଆମକୁ ନ୍ୟାୟ ଦିଅ ଆମେ ରାସ୍ତାରୁ ଉଠିବୁ ...