ଭାରସମ୍ୟ ହରାଇ ରାସ୍ତାକଡକୁ ଓଲଟିଲା ପଡିଲା ଯାତ୍ରୀବାହୀ ବସ । ଯେଉଁଥିରେ ଏକାଧିକ ଲୋକ ଆହତ ହେଇଥିବାର ସୂଚନା ରହିଛି । ସୋନପୁର ଜିଲ୍ଲା 57 ନମ୍ବର ଜାତୀୟ ରାଜପଥ ଖମ୍ବେଶ୍ୱରୀ ପାଲି ନିକଟରେ ଏହି ଦୁର୍ଘଟଣା ହୋଇଛି । ଆହାତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ମେଡିକାଲରେ ଭର୍ତ୍ତି କରିଯାଇଛି ।
ଖବର ଅନୁଯାୟୀ, ଭୁବନେଶ୍ବରରୁ ଏକ ଘରୋଇ ଯାତ୍ରୀବାହୀ ବସ୍ ୪୦ ଜଣ ଯାତ୍ରୀଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିଲା । କିଛି ବାଟ ଯିବା ପରେ ଘଟିଲା ଏହିପରି ଏକ ଅଘଟଣ । ସୋନପୁର ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ଖମ୍ବେଶ୍ବରୀପାଲି ନିକଟରେ ହଠାତ୍ ବସ୍ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିପଡିଥିଲା । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଅନେକ ଆହତ ହୋଇଥିଲେ । ଯାହାଦ୍ବାରା କି ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ କିଛି ଲୋକଙ୍କୁ ଛଡାଯାଇଛି । ହେଲେ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସୋନପୁର ମୁଖ୍ୟ ଚିକିତ୍ସାଳୟରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।
ଅଧିକା ପଢନ୍ତୁ:ସମ୍ବଲପୁରରେ ମିଶନ ଫର ନେସନ କାର୍ଯ୍ୟକ୍ରମ