ଶବ ରଖି ଜାତୀୟ ରାଜ ରାସ୍ତା ଅବରୋଧ। ରାସ୍ତା ମଝିରେ ଶବ ରଖି ବିରୋଧ ପ୍ରଦର୍ଶନ କଲେ ପରିବାର ଲୋକେ। ପ୍ରତିବାଦ କରିଛନ୍ତି ମୃତ ଯୁବକ ଗୋପାଳ ମହାନ୍ତର ସମ୍ପର୍କୀୟ ଓ ପରିବାର ଲୋକ। ଗତକାଲି ଦିନ ଦିପହର ସମୟରେ ସାରସକଣା ଯୁବକ ମାନଙ୍କ ଦ୍ଵାରା ଅତର୍କିତ ଭାବେ ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିଥିବା ଯୁବକଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ଏନେଇ ଝାରପୋଖରିଆ ଥାନାରେ ୬ଜଣ ଅଭିଯୁକ୍ତ ଯୁବକଙ୍କ ବିରୋଧରେ ଲିଖିତ ଅଭିଯୋଗ ହୋଇଥିଲା। ପୋଲିସ ଏକ ମାମଲା ରୁଜ୍ଜୁ କରି ଦୁଇ ଜଣଙ୍କୁ ଅଟକ ରଖିଛି। ତେବେ ଅନ୍ୟ ଚାରି ଜଣ ଯୁବକଙ୍କ ଗିରଫ ଦାବୀରେ ପରିବାର ଲୋକେ ଧାରଣାରେ ବସିଛନ୍ତି । ଅବରୋଧ ସ୍ଥଳରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ମୃତକଙ୍କ ପରିବାରକୁ ବୁଝାଶୁଝା ଜାରିରଖିଛି ପୁଲିସ। ଉଭୟ ପଟରେ ଶତାଧିକ ଯାନବାହାନ ଅଟକ ରହିବା ସହ ଚଳାଚଳ ବାଧା ପ୍ରାପ୍ତ ରହିଛି। ତେବେ ଦେଖିବାକୁ ବାକି ରହିଲା ପୁଲିସ ଅନ୍ୟ ଚାରି ଜଣ ଅଭିଯୁକ୍ତକୁ କେବେ ଗିରଫ କରୁଛି।
ଅଧିକା ପଢନ୍ତୁ: ରାଜଧାନୀରେ ମାତିଛନ୍ତି ସାଇବର ଲୁଟେରା