ମୋଦିଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ଜନତା People are waiting for Modi's arrival Share story: ଆଜି ପ୍ରଧାନମନ୍ତ୍ରୀ ମୋଦୀ ଆସୁଛନ୍ତି । ସେଥିପାଇଁ ଗଞ୍ଜାମ ବସୀ ମାନେ ବେଶ ଖୁସି ଅଛନ୍ତି । ପ୍ରଥମ ଥର ପାଇଁ ନରେନ୍ଦ୍ର ମୋଦି ଗଞ୍ଜାମ ଗସ୍ତରେ ଆସୁଛନ୍ତି ସେଥିପାଇଁ ମଧ୍ୟ ଏଠାକାର ଲୋକଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ବ୍ରହ୍ମପୁର ସହର ନିକଟସ୍ଥ କନିଶିର କାଶୀ ବିଶ୍ଵନାଥ ମନ୍ଦିର ନିକଟସ୍ଥ ପଡିଆକୁ ଯଶଶ୍ଵି ପ୍ରଧାନମନ୍ତ୍ରୀ ଆସୁଥିବାରୁ ସଂପୂର୍ଣ୍ଣ ପରିବେଶ ଏକ ପ୍ରକାର ମୋଦିମୟ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର , ଅର୍ଥାତ ସେ ନର ମାନଙ୍କ ଇନ୍ଦ୍ର , ତେଣୁ ଇନ୍ଦ୍ରଙ୍କ ପାଦ ଏ ପବିତ୍ର ମାଟିରେ ପଡ଼ିଲେ ପଦ୍ମ ଫୁଟିବ ହିଁ ଫୁଟିବ। ଅଧିକା ପଢନ୍ତୁ:ଆଜି ବ୍ରହ୍ମପୁର ଓ ନବରଙ୍ଗପୁରରେ କରିବେ ପ୍ରଚାର ପ୍ରଧାନମନ୍ତ୍ରୀ narendra modi ganjam Sangeeta Priyadarshini Sahoo, Author, 06/05/2024