ନିକଟରେ ଅଣ୍ଡର ଓ୍ବାଟର ରୋବୋଟିକସ୍ ତିଆରି କରି NIT ଛାତ୍ର ଚର୍ଚ୍ଚାର ପରିସରକୁ ଆସିଛନ୍ତି। ରାଉରକେଲା NITର ୧୪ ଜଣ ଛାତ୍ର ଏହାକୁ ତିଆରି କରିଥିବା ବେଳେ ଏଥିପାଇଁ ସେମାନଙ୍କୁ ୨ ବର୍ଷ ସମୟ ଲାଗିଥିଲା। କିଛି ଦିନ ତଳେ ଏହି ରୋବୋ ବିଶାଖାପାଟନମରେ ଇଣ୍ଡିଆନ ନେଭିରେ ସହାୟତା କରିଥିବା ବେଳେ ଏହାର ନାଁ ରହିଛି ଜଳଦୂତ ଏବଂ ଜଳସୀମା ।
ପାଣି ଭିତରେ ଏହି ରୋବୋ ଅନେକ କାରନାମା ଦେଖାଉଥିବା ବେଳେ ଏହାକୁ ତିଆରି କରିଛନ୍ତି ରାଉରକେଲାର NITରେ ଅଧ୍ୟୟନରତ ଛାତ୍ର। ସେମାନେ ତିଆରି କରିଥିବା ଏହି ରୋବୋର କାମ ବେଶ ନିଆରା ହୋଇଥିବା ବେଳେ ଜଳଦୂତ ରୋବୋ ପାଣି ଭିତରେ ପ୍ରାୟ ୧୫୦ ମିଟର ଗଭୀରତାକୁ ଓ ଜଳସୀମା ରୋବୋ ୫୦୦ରୁ ୬୦୦ ମିଟର ଗଭୀରତାକୁ ଯାଇପାରିବାର କ୍ଷମତା ରଖିଛି । ଏଥିସହିତ ଏହା ଡ୍ୟାମର ସ୍ଥିତି ଓ ପାଣି ଭିତରେ ଥିବା ଅନେକ ବ୍ରିଜର ସ୍ଥିତି କଣ ରହିଛି ଏହି ରୋବୋ କିଛି କ୍ଷଣ ମଧ୍ୟରେ କହିପାରୁଛି।
ଏହି ରୋବୋ ନିର୍ମାଣରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏହି ୨ଟି ରୋବୋକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପ୍ରଶଂସା କରିଛନ୍ତି। ଅନେକ ସମୟରେ ପୋଲଗୁଡିକର ଖରାପ ସ୍ଥିତି ପାଇଁ ବଡ ବଡ ଦୁର୍ଘଟଣା ହେଉଥିବା ବେଳେ ତାହାକୁ ଅଟକାଇବା ପାଇଁ ମଧ୍ୟ ଏହି ରୋବୋ ସାହାଯ୍ୟ କରିବେ।
ଅଧିକ ପଢନ୍ତୁ: ଗୋପାଳପୁରରେ ପ୍ରଦୀପ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧନା