ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ପାଇଁ ଆଜିଠୁ ନାମାଙ୍କନ । ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ସହ ଆଜିଠାରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଏହି ନାମାଙ୍କନ ପ୍ରକ୍ରିୟା ମେ ୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ମିଳିଛି । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ବର ଲୋକସଭା ଆସନ ବାକି ରହିଥିବା ଲୋକସଭା ଆସନ ତୃତୀୟ ପର୍ଯ୍ୟାୟରେ ନାମାଙ୍କନ କରାଯିବ ।
ଓଡ଼ିଶାରେ ସାଧାରଣ ନିର୍ବାଚନ ପାଇଁ ୨ ଟି ପର୍ଯ୍ୟାୟରେ ନାମାଙ୍କନ ଶେଷ ହୋଇଥିଲା । ଏବେ ତୃତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏହି ନାମାଙ୍କନ ମେ ୬ ତାରିଖ ପର୍ଯ୍ୟନ୍ତ କରାଯିବ । ଏହାପରେ ମେ ୭ ତାରିଖ ଦିନ ନାମାଙ୍କନ ଯାଞ୍ଚ କରାଯିବ । ଶେଷରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ୯ ତାରିଖକୁ ଶେଷ ଦିନ ଭାବେ ଧାର୍ଯ୍ୟ କରାଯାଇଛି । ୯୪ ଲକ୍ଷ ୪୧ ହଜାର ୭୯୭ ଜଣ ଭୋଟର ମାନେ ତୃତୀୟ ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ । ଓଡ଼ିଶାରେ ୪ ଟି ପର୍ଯ୍ୟାୟରେ ମତଦାନ ଦିଆଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତୃତୀୟ ପର୍ଯ୍ୟାୟରେ ସବୁଠୁ ଅଧିକ ଆସନ ପାଇଁ ଭୋଟ ଗ୍ରହଣ ହେବ।