ଗଜପତି ଜିଲ୍ଲା ମୋହନା ବ୍ଲକ ଯୁବ ପଂଚାୟତର ଦୁଂଦ୍ରୁମ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନିର୍ବାଚନ କାର୍ଯ୍ୟ ସାରି ଘରକୁ ଫେରୁଥିବା ବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତ ଶିକ୍ଷକ ଜଣଙ୍କ ହେଉଛନ୍ତି ଏସ ମାଝି । ସୂଚନା ଅନୁସାରେ ଶିକ୍ଷକ ଜଣଙ୍କ ନିର୍ବାଚନ କାର୍ଯ୍ୟ ସାରି ନିର୍ବାଚନ କାର୍ଯ୍ୟ ସାରି ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଏଭିଏମ, ଭି ଭି ପାର୍ଟ ଓ ଅନ୍ୟାନ୍ୟ ସରଞ୍ଜାମ ସହ ନିର୍ବଚନୀ ଦସ୍ତାବିଜ ପ୍ରଶାସନ କୁ ହସ୍ତାନ୍ତର କରିଥିଲେ ।
ଏହାପରେ ପରେ ବଡି ଭୋରରୁ ନିଜ ଘର ମୋହନା ବ୍ଳକ ଯୁବ ପଂଚାୟତ ର ଦୁଂଦ୍ରୁମ ଗ୍ରାମକୁ ନିଜ ବାଇକରେ ଫେରିବା ସମୟରେ ରାସ୍ତାରେ ଛେଳିଗଡ ଗ୍ରାମ ନିକଟରେ ନିଜ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଶିକ୍ଷକ ଜଣଙ୍କ ମୃତ୍ୟୁ ହୋଇଥିଲା ।
ତେବେ ଏନେଇ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ମର ଶରୀରକୁ ଜବତ କରିବା ସହିତ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରଖିଛି । ଏବଂ ସେ ମୋହନା ବ୍ଲକର ବାଘମାରି ସ୍କୁଲରେ ଜେଡ ପି ଶିକ୍ଷକ ଭାବେ ନିଯୁକ୍ତି ଥିଲେ । ଏହାସହ ଏସ ମାଝୀଙ୍କ ମର୍ତ୍ୟୁ ପୂର୍ବଦିନ ରାତି ଅନିଦ୍ରା ସହ ନିର୍ବାଚନ କାର୍ଯ୍ୟରେ ଅତ୍ୟନ୍ତ କ୍ଳାନ୍ତ ଯୋଗୁଁ ବାଇକରେ ଘରକୁ ଫେରୁଥିବା ବେଳେ ଶାରୀରିକ ଆସୁସ୍ତତା ହେତୁ ହେଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇ ଫେରିବା ସମୟରେ ଦୁର୍ଘଟଣା ଘଟିଥିବାରୁ ପ୍ରସାସନ ଘଟଣାର ସଠିକ ତଦନ୍ତ କରି ଏସ ମାଝୀଙ୍କୁ କ୍ଷତିପୂରଣ ଯୋଗାଇବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।