ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରର ବରିଷ୍ଠ ସେବାୟତଙ୍କୁ ପ୍ରଣାନ୍ତକ ଆକ୍ରମଣ ହୋଇଛି । ସେବାୟତଙ୍କ ନାମ ହେଉଛି କିଶୋର ଚନ୍ଦ୍ର ମହାପାତ୍ର । ତାଙ୍କୁ ପୂରା ଜୀବନରୁ ମାରିଦେବା ପାଇଁ ଅଭିଯୋଗ ହେଇଛି । କିଶୋରଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛି । କିଶୋରଙ୍କ ମୁହଁ, ଓଠରେ କ୍ଷତ ହୋଇଥିବା ବେଳେ ଛାତିରେ ଗଭୀର ଆଘାତ ଲାଗିଛି।
ଗତକାଲି ସେବକସାହିରେ ଥିବା ଜାଗେଶ୍ୱରୀ ମଣ୍ଡପରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ବୈଠକ ବସିଥିଲା। ଅଣସେବାୟତ କିଭଳି ଭାବରେ ମନ୍ଦିରରେ ସେବାୟତ ଭାବରେ ସେବା ପୂଜା କରୁଛନ୍ତି ଯାହାକୁ ନେଇ ଆପତ୍ତି ଉଠିଥିଲା। କିଶୋର ବୈଠକରେ ଏହି ଅଭିଯୋଗ କରିଥିଲେ। ଏହି କଥାକୁ ନେଇ ବଚସା ହୋଇଥିଲା। ପରେ ସେବାୟତ କୃଷ୍ଣଚନ୍ଦ୍ର ମହାପାତ୍ର ଓ ତାଙ୍କ ଭାଇ କୀର୍ତ୍ତି ରଞ୍ଜନ ମହାପାତ୍ର କିଶୋରଙ୍କ ଉପରେ ଆକ୍ରମଣ କରିଥିଲେ। ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ ଦୁଇ ଜଣ କିଶୋରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣା ସମ୍ପର୍କରେ ପୁଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ।
ଅଧିକା ପଢନ୍ତୁ : ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବା ସମୟରେ ଚାଲିଗଲା ଶିକ୍ଷକଙ୍କ ଜୀବନ